ସ୍ମରଣ
ସ୍ମରଣ
ଏଇ କେତେ ଦିନର ଗତ,
ମଧୁର ସ୍ମୃତିଟା
ଝଲସେ ସର୍ବଦା ଜ୍ୟୋତିଟା
ଉଲ୍ଲସିତ ମନ ପାରୁନାହିଁ ଫିଙ୍ଗି
ବାରମ୍ବାର ପଡେ ତାର ଛିଟା ଟା ।
ଏତ ନୁହେଁ ଅନୁଭୁତି
ସଜ ଅଲିଭା ଦାଗଟା
ମନକୁ ଚଲାଏ ଓଲଟା
ଉଂକି ମାରି ମଉଳି ଯାଉନି,
ଚିତ୍ତଗହନରେ ବାରମ୍ବାର
ଲଗାଉଛି ନିଆଁ
ଦରକାର ପଡିବକି ପାଣିଢାଳ ଟା ।
ହସ କାନ୍ଦର ଲୁଚକାଳି ମେଳେ
ବୁଜି ଯାଉଛି ମୋ ଓଠ ଟା
ଖାଲି ତ ହଉଚି ଅଠା ଅଠା
ଆବେଗତା ଶୂନ୍ୟ ହୋଇ
କୋୗତୁହଳ ଆଉ ନାହିଁ
କଣ ହେଉଛି ଅବୟବ ମୋର
ନାଶ କରିବକି ବେଦନାଟା ।
ନିର୍ଭୁଲ୍ ଜାଗରଣେ,
ମୋ ଲକ୍ଷର ପଥ ଟା
ଦିଶିବକି ସତେ ଉଜ୍ଜଳ ରଶ୍ମିଟା
କର୍ମପଥେ ମୁହିଁ ଠିକ୍ ରେ ଚାଲିବି
ଝୁଣ୍ଟି ନ ପଡୁ ମୋର ପାଦ ଟା
ଉଶ୍ବାସ ହେବ କି
ଆଜିର ମୁହୁର୍ତେ,
ସ୍ପଷ୍ଟ ଅଭିଜ୍ଞତା ଟା ।
ଆଶା କରୁଅଛି ରହିବକି ବାକି
ତୁମ ଆଶୀର୍ବାଦ ବା ଅଭିଶାପ ଟା
କାହିଁକି ମୁଣ୍ଡରେ ଦେଇଛ ବୋଝ ଟା
ବିଂଧୁଚି ପ୍ରବଳ ମୋର କପାଳ ଫଟା
ତୁମ୍ଭରି ସାହସ ,ପାଇଲେ ସ୍ପର୍ଶ
ନାଶ ହୋଇଯିବ ମୋର
ଏହି ଅଭୁତ,ଅଦ୍ଭୁତ,ଉଲ୍ଲସିତ
ସ୍ମରଣ ଟା ।

