Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jagannath Das

Romance

3  

Jagannath Das

Romance

ମୁଁ ନୁହେଁ ମୁଁ

ମୁଁ ନୁହେଁ ମୁଁ

1 min
142



ମୁଁ ନୁହେଁ ତୁମର ଖାଲି

ପ୍ରିୟ ବୋଲି ତମ

ମୁଁ ନୁହେଁ ମୋ ସଂସାରେ

ପ୍ରିୟ ତଵ ସମ ।


ମୁଁ ଜାଣେ ମୁଁ ନୁହେଁ, ଏ

ଗୃହର ଦେବତା

ମୁଁ ପୁଜେ ନିତି ପ୍ରତି

ମୋର ପିତା ମାତା ।


ମୁଁ ଜାଣେ ତୁମେ ଭଲ ପାଅ

ମୁଁ ନୁହେଁ,ମୁଁ ତୁମ ଦେବତା

ମୋ ପାଇଁ ସ୍ନେହ ଶ୍ରଦ୍ଧା ପାଅ

ମୁଁ ଦିଏ, ମୁଁ କରେ ମମତା ।


ମୁଁ ନୁହେଁ ମୁଁ,କରି ନାହିଁ କେବେ 

ତବ ଲକ୍ଷ ସିଧ୍ୟ କରି

ମୁଁ ନୁହେଁ ମୁଁ,ଦେଇନି କରୁଣା

ତୁମ, କେବେ ଦୟା କରି ।


ମୁଁ ନୁହେଁ ମୁଁ ସଂସାର କରତା

ବିପୁଳ ବିଭବ ଧାରୀ

ମୁଁ ଅଟେ ମୁଁ ଜାଣ ଖାଲି ତୁମ

ପାଶେ ପ୍ରଣୟ ଭିଖାରୀ ।


ମୁଁ ନୁହେଁ ମୁଁ ତୁମ ସେନେହ ଭାଜନ

ତୁମ ପ୍ରିୟ ରୁପ ଧାରୀ

ମୁଁ ଅଟେ ମୁଁ ଏଠି କେବଳ

ବିଭୋର

ଫୁଲ ମଧୁଲିଟ ପରି ।


ମୁଁ ନୁହେଁ ମୁଁ ଚାଲିନି ଠିକ ଦିଗେ

ଲକ୍ଷ ପୂର୍ଣ୍ଣ ପାଇଁ

ମୁଁ ନୁହେଁ ମୁଁ ଜାଣିଛି ଠିକ ମାର୍ଗ

ଦେଖେଇବେ ସାଇଁ ।


Rate this content
Log in

Similar oriya poem from Romance