STORYMIRROR

Pranati Acharya

Classics Fantasy Others

3  

Pranati Acharya

Classics Fantasy Others

ଶ୍ରାବଣ ବର୍ଷାର ରାତି

ଶ୍ରାବଣ ବର୍ଷାର ରାତି

1 min
456


 ମୋ ଘର ସାମ୍ନାରେ ଦେଖିଲି ସକାଳେ କଅଁଳ ଲତାର ଗତି 

ସତେକି ତୁଷାର୍ତ୍ତ ଥିଲା ଭିଜିବାକୁ ଶ୍ରାବଣ ବର୍ଷାର ରାତି ।। 

ନାଲି ଟୁକୁ ଟୁକୁ ସାଧବ ବୋହୁ ଯେ ଚାଲି ତାର ଥିରି ଥିରି

 ଘାସ ଗାଲିଚାରେ ଯାଏ ସତେ ଯେହ୍ନେ ସ୍ବର୍ଗର ସେ ଅପସରି ।। 

ବେଙ୍ଗୁଲି ରାଣୀର ମନଟା ଉଚ୍ଛନ୍ନ ପାଇ ବେଙ୍ଗର ପରସ

 ଅସୁମାରୀ ସ୍ବପ୍ନ ଦେଖେ ଯେ ଭ୍ରମର ପିଇ ପ୍ରେମର ପିୟୁଷ ।। 

ନୂତନ ସୃଷ୍ଟିର ସୃଜନାକୁ ଦେଖି କଳ୍ପିତ ହୁଏ ମୋ ମନ

 ସବୁ ବାଧାବିଘ୍ନ ସିକୁଳି ଛିଣ୍ଡାଇ ବୁଲନ୍ତି ଯେସନେ ଘନ ।। 

ପିନ୍ଧି ପ୍ରେମ ଶାଢୀ ତିନ୍ତୀ ସକାଳୁ ବିମୋହିତ ତନୁ ମନ

 କ୍ଷଣିକ ବିସ୍ମୃତି ଜୀବନର ସ୍ମୃତି ଏ ସୁଖ ମିଳେନି ଆନ ।। 

ସନ୍ଧ୍ୟା ସୌଦାମିନୀ ଆଲୋକରେ ଭ୍ରମି ଗଢିବା ପ୍ରୀତିର ସୌଧ 

ବାହୁ ବନ୍ଧନରେ ଜାବୁଡି ଧରିବ ଭିଜୁଥିବି ହୋଇ ତୃପ୍ତ ।। 

ପ୍ରେମରେ ରଜ୍ଜିବା ପ୍ରେମରେ ମଜ୍ଜିବା ପ୍ରେମ ପିୟୁଷ ଏ ପରା

 ପ୍ରତିକ୍ଷଣ ପ୍ରତି ମୁହୂର୍ତ୍ତେ ଭିଜିବା ପ୍ରେମ ଗୀତ ଗାଏ ଧରା ।।

 ପୁରୁବା ପବନେ ତନୁ ମନୁ ପ୍ରାଣ ଉନ୍ମାଦେ ପାଗଳ ପ୍ରାୟ 

ପୁଷ୍ପର ସୁବାସେ ମତୁଆଲା ମୁଁ ଯେ ସବୁଦିଶେ ମଧୁମୟ ।। 

କିଛି କ୍ଷଣ ପାଇଁ ହେଉ ପଛେ ଆସ ଭିଜିବା ମଜ୍ଜିବା ମିଶି 

ପାରିଜାତ ପରି ଯିବ ପଛେ ଫେରି ମନେ ଛାଡି କିଛି ସ୍ମୃତି ।। 

ଭିଜୁଥିବି ମୁହିଁ ଭିଜୁଥିବ ତୁମେ ଭିଜୁଥିବ ତନୁମନ

 ନୂପୁର ଝଙ୍କାରେ ଭିଜିବା ଇଚ୍ଛାରେ ହୋଇବ ଆମ ମିଳନ ।। 

ନନ୍ଦନ ବନର ରମ୍ୟ ପାରିଜାତ ଫୁଟୁଭବ କାନନରେ

 ନବ ଉଲ୍ଲାସରେ ସୁବାସିତ ତନୁ ତବ ମଧୁ ମହକରେ ।। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics