STORYMIRROR

SARADA NAYAK

Classics Fantasy Others

3  

SARADA NAYAK

Classics Fantasy Others

ମାନ ଭଞ୍ଜନ

ମାନ ଭଞ୍ଜନ

1 min
261


ନୀଳାଦ୍ରି ବିଜେ ସମୟରେ ସାଆନ୍ତେ ସାଙ୍ଗରେ ନେଇ ଆସିଛନ୍ତି କିଛି ରସଗୋଲା, ମା ଲକ୍ଷ୍ମୀ ସାଆନ୍ତାଣୀଙ୍କ ମାନ ଭଞ୍ଜନ ନିମନ୍ତେ। କିନ୍ତୁ ମା' ପ୍ରଭୁଙ୍କୁ କଣ କହୁଛନ୍ତି ଏକ ଓଡ଼ିଆ ଘରର କଥୋପ କଥନ ଶୈଳୀରେ ଜାଣିବା ଏଇ ମୋର ଛୋଟିଆ ପ୍ରୟାସ ମାଧ୍ୟମରେ।

---


ହେଇଟି,

କହିଲ କହିଲ ଦେଖି

ଆଜି ଶୁଣୁ ଏ କାନ

ଟିକେ ଦେଖୁ ଏ ଆଖି।

ଭଦ୍ର ଲୋକ ପରି

ଏଠି ଠିଆ ଟା ହେଇଛ

ସତେକି ଯେମିତି

ଜାଣିନ କିଛି।

ହଇ ହୋ,

ଥେଇ ଥେଇ ହେଇ

ଯାଇ ଥିଲ ଧାଇ

ଭାଇ ଭଉଣୀ କି ସାଙ୍ଗରେ ନେଇ।

ପଚାରି ପଚାରି

ଥକି ମୁଁ ଗଲିଣି

ମୁହଁରୁ ବଚନ ବାହାରୁ ନାହିଁ !

କେଜାଣି କାହିଁକି-

କଉ ସରାଗରେ

ଜଗତେ କୁହନ୍ତି ବଡ଼ ଗୋସେଇଁ

ତୁମ ମୁହଁ ଆଉ

କେତେ କଳା ହେଲେ

ସେ ମୁହଁକୁ ଲାଜ ଆସିବ ନାହିଁ?

ମୁଁ ଦେଉଳ ବାହାରୁ

ଖବର ପାଇଲି

ଯାଇଥିଲ କାଳେ ମାଉସୀ ଘଟି!

ମୋତେ ନ'ଜଣେଇ

ଲୁଚି ଲୁଚି ଗଲ

ଗଲାନାହିଁ ତୁମ ଚୋର ପ୍ରକୃତି।

ଜମା କଥା ମୋ ଶୁଣୁନା

ମାତିଛି କରୋନା

ଟିଭିରେ ଭକତେ ଦେଖନ୍ତି ଛବି

ଦେଖେଇ ହଉଥା

ଭକତ ସୁଆଗ

ସିଂହ ଦୁଆରେ ଆଜି ପଡ଼ିଲା ଚାବି।

ଥରେ ଯାଇ ଥିଲି

ମୋ ଭକତ ଘରକୁ

ଅଜାତିଆ କହି କିଳିଲ ଦେଉଳ

ତିନି ରଥେ ତୁମେ

ବଡ଼ ଦାଣ୍ଡରେ ଗଡ଼ୁଛ

କୁହ କେମିତି ନିୟମ ହେଲା କୋହଳ?

କେମିତି ଯାଉଛ

ମୋତେ ଛାଡ଼ି ଦେଇ

ଜାଣିନ କି ଏବେ କରୋନା ବେଳ!

ସାଥିରେ ତୁମର-

ନେଇ ଯାଇଥିଲେ

ବଦଳି ଥାନ୍ତା କୁହ, କୋଉ ଭୂଗୋଳ?

ଭାଇ ତ ଆସିଲେ

ଆସିଲେ ସୁଭଦ୍ରା

ହେଲା କାଇଁ ତୁମ ଏତିକି ଡେରି?

ଏମିତି ବ୍ୟସ୍ତରେ

ଆସିଛ ଯେ ତୁମେ

ଏବେବି ଟାହିଆ ମୁଣ୍ଡେ ତୁମରି।

ପୋଡ଼ ପିଠା ଖାଇ

ଛେନା ପଣା ପିଇ

ଏଇ ଅଢେଇଶ ମିଠାକୁ ଆସିଛ ଧରି !

ଧିକ ମୋ ଜୀବନ

ଧିକ ମୋ କରମ

ଆଜି ଜଣା ପଡ଼ିଗଲା ଚୋରି ତୁମରି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics