STORYMIRROR

SARADA NAYAK

Romance Tragedy Classics

3  

SARADA NAYAK

Romance Tragedy Classics

ନିରୁଦିଷ୍ଟ ପ୍ରେମର ଠିକଣା

ନିରୁଦିଷ୍ଟ ପ୍ରେମର ଠିକଣା

1 min
232

ଖୋଜି ପାଉନି

ତୁଳୀ ଟିଏ, କି ରଙ୍ଗ ଟିକିଏ ।

ଯାହା ଖାଲି ହାତରେ ମୋର,

ପୁରୁଣା ଖାତାରୁ ଚିରା ହୋଇଥିବା

ଫର୍ଦେ କାଗଜ

ଆଉ ତା ଦେହ ବି

ଅନାବନା ବୋହି ବୋହି ସହିଛି

କେଜାଣି କେତେ ଦରଜ।


ହଁ,

ଆଜି କାଇଁ ଭାରି ଇଛା ହେଉଛି

ଆଙ୍କିବାକୁ ତୁମ ହୃଦୟର ମାନଚିତ୍ର ।

ଆଉ ଲେଖିବାକୁ

ଠିକ୍ ତା ତଳେ ମୋ ସୁଖ ଦୁଃଖର ସୂଚୀପତ୍ର।

ସୂଚୀପତ୍ର ରେ ଲେଖନ୍ତି,

ଦେଇ କେତେ ଚିହ୍ନ

ପୁଣି ଦେଇ କେତେ ବିନ୍ଦୁ ବିସର୍ଗ

ତାକୁ ଦେଖି ଯେକେହି ଜାଣି ପାରନ୍ତା,

କୋଉ ଜାଗାରେ ନର୍କ

ଆଉ କୋଉ ଜାଗାରେ ସ୍ଵର୍ଗ।


ଥରୁଟିଏ ଆଙ୍କି ଦେଲେ

ମୁଁ ପାଇଯାନ୍ତି ମୋ ପ୍ରେମକୁ 

ସେଇ ମାନଚିତ୍ର ଭିତରେ।

ପାଇ ଯାଆନ୍ତି ତା ପାଖକୁ ଯିବା ପାଇଁ ରାସ୍ତା।

ଯାହାକୁ ତୁମେ ଫୋପାଡ଼ି ଦେଇଛ

କେଉଁ ଅନ୍ଦି କନ୍ଦି ଗଳି ଭିତରେ

ଅଦରକାରୀ ଭାବି

କେଜାଣି କାହିଁକି, ତୁମେ ତାକୁ ଭାବ ଶସ୍ତା।


କବାଡ଼ି ବାଲା ଟେ ହେଇ ପଛେ

ତା ପାଖରେ ପହଞ୍ଚି ଯାଆନ୍ତି।

ସାଉଁଟି ଆଣନ୍ତି ଟୁକୁରା ଟୁକୁରା ହେଇ ପଡ଼ି ଥିବା

ମୋ ହୃଦୟ ଖଣ୍ଡ ଗୁଡ଼ିକୁ।

ତାକୁ ପୁଣି ଯୋଡ଼ି ଜାଡି଼ ଦେଇ,

ବନ୍ଧେଇ ନିଇତି ଦେଖନ୍ତି, ସୃତି ଆଇନା ଭିତରେ ।

ନିଶବ୍ଦ ରାତିରେ ବିରହେ ଝୁରି ହୁଅନ୍ତି

ସେ ଆଇନା କୁ ଧରି ।

ଛାଁ ଛାଁ ନିଗିଡ଼ି ଯାଉଥିବା ଲୁହରେ ପାଆନ୍ତି

ମୋ ନିରୁଦିଷ୍ଟ ପ୍ରେମକୁ

ଅଙ୍କା ହେଇ ଥିବା ତୁମ ହୃଦୟର, ମାନଚିତ୍ରରେ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance