ଝିଅଟେ କେଡ଼େ ମିଛେଇ
ଝିଅଟେ କେଡ଼େ ମିଛେଇ


ଆମ ପ୍ରଥମ ପ୍ରେମର ପହିଲି ପରଶ
ବୋହୁଛି ସ୍ମୃତିର ନଦୀଟେ ହେଇ
ସେଇ ନଦୀ ତୀରେ ଠକି ଦେଇଗଲୁ
ହାଏ ତୁ ଝିଅଟେ କେଡ଼େ ମିଛେଇ ।
ଦିନେ କଥା କହୁଥିଲୁ ନୂଆବୋହୂ ପରି
ମଧୁ କାଦମ୍ବରୀ ଓଠରେ ଥୋଇ
ପୁଣି କଥାରେ କଥାରେ ସର ପକେଇଲୁ
ହାଏ ତୁ ଝିଅଟେ କେଡ଼େ ମିଛେଇ ।
ହେଇ ବାଆଁରା ପକ୍ଷୀ ମୁଁ ଉଡ଼ି ବୁଲୁଥିଲି
ପ୍ରେମ ବର୍ଣ୍ଣବୋଧ ଦେଲୁ ଶିଖେଇ
କେମିତି ଭୁଲିଲୁ ଯା' ମୋତେ ଶିଖେଇଲୁ
ହାଏ ତୁ ଝିଅଟେ କେଡ଼େ ମିଛେଇ ।
ଦୁଃଖ ଭୁଲୁଥିଲି ତୋ ନିଶାରେ ନିଶାରେ
ନିଶାରେ ମୋତେ ତୁ ଦେଲୁ ଭୁଲେଇ
ଯେତିକି ବୁଝ
ିଲି ଅବୁଝା ରହିଲୁ ସେତିକି
ହାଏ ତୁ ଝିଅଟେ କେଡ଼େ ମିଛେଇ ।
ହୃଦେ ଆଙ୍କିଲି ଛବିତୋ ରଙ୍ଗ ତୂଳୀ ଧରି
ତାକୁ କେମିତି ଦେଲୁ ତୁ ଲିଭେଇ
କିପାଇଁ ଶୂନ୍ୟସ୍ଥାନ ଟିଏ ଗଢ଼ି ଦେଇଗଲୁ
ହାଏ ତୁ ଝିଅଟେ କେଡ଼େ ମିଛେଇ ।
ଫେରେଇ ଦେଇ ମୋ ପ୍ରେମ ସନ୍ତକ ତୁ
ଭାବୁ ସବୁକିଛି ଦେଲୁ ଲୁଚେଇ
କିନ୍ତୁ ଆଜିବି ନାଉଛୁ ମୋ ଦିଟଙ୍କା କଜଳ
ହାଏ ତୁ ଝିଅଟେ କେଡ଼େ ମିଛେଇ ।
କଥା ଦେଇଥିଲୁ ଭୁଲି ଯିବାକୁ ମୋତେ
ହେଲେବି ଭୁଲି ତୁ ପାରିଲୁ ନାହିଁ
ଜାଣେ ଆଜିବି କାନ୍ଦୁଛୁ ମୋକଥାକୁ ଭାବି
ହାଏ ତୁ ଝିଅଟେ କେଡ଼େ ମିଛେଇ ।