ଶାଗୁଣା ବିଳାପ
ଶାଗୁଣା ବିଳାପ


ସେମାନେ କହୁଥିଲେ
ଆକାଶର ଚୂଡ଼ା ଛୁଇଁ
ରାମ ନାମ୍ ସତ୍ୟ ହେ-ହରି ନାମ୍ ସତ୍ୟହେ
ଯେମିତି ଆସିଚୁ ସେମିତି ଯା
କାନ୍ଦିବାକୁ କେହି ନାହିଁ
ସତ୍ୟ ହେ ସତ୍ୟହେ-ହରି ନାମ୍ ସତ୍ୟହେ
କିଛି ବାଟ ଆମେ ଯିବୁ
କିଛି ବାଟ ତୁ ଯା
ହରି ନାମ୍ ସତ୍ୟହେ-ରାମ ନାମ୍ ସତ୍ୟହେ
କିଛି ଆମେ ଝାମ୍ପି ନେବୁ
କିଛି ତୁ ମିଶି ଯା
ସତ୍ୟ ହେ ସତ୍ୟହେ-ରାମ୍ ନାମ୍ ସତ୍ୟହେ
ଆମେ ତତେ ଚାହିଁ ଥିବୁ
ତୁ, ଆମକୁ ଚାହିଁ ଥିବୁ
ରାମ ନାମ୍ ସତ୍ୟହେ-ହରି ନାମ୍ ସତ୍ୟହେ
ଖୁସିରେ ତୁ ଚାଲି ଯିବୁ
ପିଣ୍ଡ ଆଶା ନରଖିବୁ
ସତ୍ୟ ହେ ସତ୍ୟହେ-ହରି ନାମ୍ ସତ୍ୟହେ
ଆମ ରାବ ଶୁଣୁ ଥିବୁ
ହରି ନାମ ଧରୁ ଥିବୁ
ହରି ନାମ୍ ସତ୍ୟହେ-ରାମ ନାମ୍ ସତ୍ୟହେ
ସ୍ଵର୍ଗ ନର୍କ ବାଛି ନେବୁ
କର୍ମ ଯାହା କରିଥିବୁ
ସତ୍ୟ ହେ ସତ୍ୟହେ-ରାମ୍ ନାମ୍ ସତ୍ୟହେ
ଅଭିନୟ ସାରି ତୋର
କାଳ ବଳେ ବାହୁଡ଼ିଲୁ
ରାମ ନାମ୍ ସତ୍ୟହେ-ହରି ନାମ୍ ସତ୍ୟହେ
ଭାଗ୍ୟ ନେଇ ଆସିଥିଲୁ
କର୍ମ ନେଇ ଚାଲି ଗଲୁ
ସତ୍ୟ ହେ ସତ୍ୟହେ-ହରି ନାମ୍ ସତ୍ୟହେ
ବୃତ୍ତ ହେଇ ଜନମିଲୁ
ସଳଖି ତୁ ପରଖିଲୁ
ହରି ନାମ୍ ସତ୍ୟହେ-ରାମ ନାମ୍ ସତ୍ୟହେ
ଦମ୍ଭ ହେଇ ଦମ୍ଭ ଦେଲୁ
ନଇଁ ଯାଇ ଭୋଗ କଲୁ
ସତ୍ୟ ହେ ସତ୍ୟହେ-ରାମ୍ ନାମ୍ ସତ୍ୟହେ
ସୁଖ ବେଳେ ଭୁଲି ଗଲୁ
କଷଣରେ ଭଜୁ ଥିଲୁ
ରାମ ନାମ୍ ସତ୍ୟହେ-ହରି ନାମ୍ ସତ୍ୟହେ
ସବୁ କିଛି ତୋର ଭାବି
ଯା ପାରିଲୁ ବାନ୍ଧି ନେଲୁ
ସତ୍ୟ ହେ ସତ୍ୟହେ-ହରି ନାମ୍ ସତ୍ୟହେ
p>
ମୋହ ରଖି କାର୍ଯ୍ୟ କଲୁ
ହେଲେ ଫଳ ନପାଇଲୁ
ହରି ନାମ୍ ସତ୍ୟହେ-ରାମ ନାମ୍ ସତ୍ୟହେ
ଯାହା କିଛି ପାଇଥିଲୁ
ତାକୁବି ତୁ ହରେଇଲୁ
ସତ୍ୟ ହେ ସତ୍ୟହେ-ରାମ୍ ନାମ୍ ସତ୍ୟହେ
କର୍ମ ଯାହା ନକରିଲୁ
ଅକର୍ମରେ ବୁଡ଼ି ଗଲୁ
ରାମ ନାମ୍ ସତ୍ୟହେ-ହରି ନାମ୍ ସତ୍ୟହେ
ଧର୍ମ ନାମେ ଯାହା କଲୁ
ତା ଅଧର୍ମ ଯେ ନବୁଝିଲୁ
ସତ୍ୟ ହେ ସତ୍ୟହେ-ହରି ନାମ୍ ସତ୍ୟହେ
ଗୁରୁ ପଥେ ନଚାଲିଲୁ
ଯାହା ଇଚ୍ଛା ତା' କଲୁ
ହରି ନାମ୍ ସତ୍ୟହେ-ରାମ ନାମ୍ ସତ୍ୟହେ
ପାଖଣ୍ଡର ଚେଲା ହେଇ
ବୁଦ୍ଧି ତୋର ନାଶ କଲୁ
ସତ୍ୟ ହେ ସତ୍ୟହେ-ରାମ୍ ନାମ୍ ସତ୍ୟହେ
କାମନାରେ ବଶ ହେଲୁ
ପିତୃ ମାତୃ ନପୂଜିଲୁ
ରାମ ନାମ୍ ସତ୍ୟହେ-ହରି ନାମ୍ ସତ୍ୟହେ
ଅହଂ ଭାବ ମନେ ରଖି
ପରିଜନୁ ଦୁରେଇଲୁ
ସତ୍ୟ ହେ ସତ୍ୟହେ-ହରି ନାମ୍ ସତ୍ୟହେ
ପର କାନ୍ଧେ ଗୋଡ଼ ରଖି
ପାଳ ଗଦା ଚଢ଼ି ଗଲୁ
ହରି ନାମ୍ ସତ୍ୟହେ-ରାମ ନାମ୍ ସତ୍ୟହେ
ନିମ୍ନ ଗାମୀ ହେଇ ତୁହି
ଇଷ୍ଟଙ୍କୁ ତୁ ପାଶୋରିଲୁ
ସତ୍ୟ ହେ ସତ୍ୟହେ-ରାମ୍ ନାମ୍ ସତ୍ୟହେ
ଝୁଣି ତତେ ଖାଇ ଗଲେ
ଜାଣି ତୁ ନପାରିଲୁ
ରାମ ନାମ୍ ସତ୍ୟହେ-ହରି ନାମ୍ ସତ୍ୟହେ
ଶେଷ ବେଳେ ଲୁହ ଟୋପେ
ସେତକ ବି ହରେଇଲୁ
ସତ୍ୟ ହେ ସତ୍ୟହେ-ହରି ନାମ୍ ସତ୍ୟହେ
ଯେମିତି ତୁ ଆସିଥିଲୁ
ସେମିତି ତୁ ଯାଆରେ
ହରି ନାମ୍ ସତ୍ୟହେ-ରାମ ନାମ୍ ସତ୍ୟହେ
ଗଲାବେଳେ ଏ ଶାଗୁଣାର
କଥା ଶୁଣି ଥାଆରେ
ସତ୍ୟ ହେ ସତ୍ୟହେ-ରାମ୍ ନାମ୍ ସତ୍ୟହେ