ଇଚ୍ଛାଟିଏ
ଇଚ୍ଛାଟିଏ
କିଛି ଦୂରରୁ ସେ ଚାହିଁଥିଲା
ବିକଳ ହେଇ
ହୃଦୟ ତା' ଥରି ଯାଉଥିଲା ବୋଧେ
ତଥାପି,
ମୋତେ ଅଟକେଇବାକୁ
ତା' ସାହାସ ନାହିଁ ।
କେମିତି କେଜାଣି
ସହି ଯାଏ ସିଏ
ସହି ପାରେ ସିଏ
ମୁଁ ତ ପାଦେ ଘୁଞ୍ଚି ପାରୁନି
ବୁଲି ବୁଲି ପଛକୁ ଚାହେଁ,
ନିଜକୁ ନିଜେ ଭିଡ଼ି ଧରି ।
ମନେ ମନେ କାନ୍ଦୁଥାଏ ,ବଡ଼ ପାଟି କରି
ଯେମିତି ରାହା ପାଏନି ।
ନିଃଶ୍ୱାସଟା ସ୍ଥାଣୁ ହେଇ ଯାଉନି ତ
ଅଟକି ଯାଆନ୍ତା ଭଲା
ନା
ଇଚ୍ଛାନାହିଁ ଅପରାଧ ଟିଏ କରିବାକୁ ।
ତଥାପି,
ଏମିତି ବି ଇଚ୍ଛା ନାହିଁ,
ଅପରାଧୀ ଟିଏ ସାଜି ଜିଁବାକୁ
ଗଲେ ଯାଆନ୍ତା,
ମୁଁ ଅଟକାନ୍ତିନି
ଚେଷ୍ଟା ବି କରନ୍ତିନି ଅଟକି ଯିବାକୁ ।
ମେଲାଣି ଦିଅନ୍ତି ବୋଧେ,
ଖୁସିରେ ଖୁସିରେ
କହି ହୁଅନ୍ତି,
ଆହା
କେଡ଼େ ତୋ ଭାଗ୍ୟରେ ।
p>
ଚୁମ୍ବକର ଦିପାଖ
ଆକର୍ଷଣ ପୁଣି ବିକର୍ଷଣ ବି
ସମାନ ପରିପାଟ୍ଟୀ
ହେଲେ ଗୁଣ ତ ଭିନ୍ନ
ଦେଖିବା ଲୋକ କି ଜାଣେ ଯେ ?
ଆକର୍ଷଣ ନା ବିକର୍ଷଣ ।
ବେସ୍
ସବୁତ ଠିକ୍ ଠାକ୍
ତଥାପି ମଉନ
ହେଇ ଥାଇ ପାରେ,
କିଏ କାହା ଅପେକ୍ଷାରେ ।
ପକ୍ଷୀଟିଏ ତୁ
ନୀଡ଼ ନପାରିଲେ ଫେରି,
ବାନ୍ଧି ନେବୁ ବସା
କୁଟା,କାଠି,ପତ୍ର ଦେଇ
ହେଲେ
ଛାଡ଼ିବୁନି ଅଭ୍ୟାସ ତୋ
ଦୂର ଆକାଶକୁ ଉଡ଼ି ଯିବାର
କେଜାଣି, କିଏ ଜାଣେ
ପୁଣି ଦେଖାହେବ ନୀଳ ଗଗନରେ
ନଥିବେ ଯଦି ସେଠିକେହି ।
ଦେଖା ବି ହେଇ ପାରନ୍ତି ଈଶ୍ୱର
ପଚାରିବୁ ନିଶ୍ଚୟ
ବାକି ତକ,
ମୋ କଥାକୁ ଛାଡ଼ି ଦେଇ
ହଠାତ୍ ମୁଁ ଯଦି ମନେ ପଡ଼େ,
ଆଉ ଈଶ୍ୱର କରନ୍ତି ତଥାସ୍ତୁ
ତେବେ,
ସତ କହୁଚି
ମୋତେ ତୁ ପାରିବୁନି ଚାହିଁ ।