STORYMIRROR

SARADA NAYAK

Romance Tragedy Classics

3  

SARADA NAYAK

Romance Tragedy Classics

ରଜ ଅଭିମାନ

ରଜ ଅଭିମାନ

1 min
146

ସପନ ଦେଖୁଛି କୁଆଁରୀ ମନଟା 

ରଜ ଦୋଳି ପରେ ବସି

ହୃଦୟରେ ବାୟା ବସା ସେ ବୁଣୁଚି

ମନଟା ଯାଉଛି ଭାସି.....।


ମନ ପ୍ରଜାପତି ଉଡ଼ି ଉଡ଼ି ବୁଲେ

ମନର ମଣିଷ ପାଇଁ

ରଜ ପାଗ ଆହା ସୁନ୍ଦର ହେଇଛି

କେବେ ଖରା କେବେ ଛାଇ....।


ବାଟ ଚାହିଁ ବେଳ ଉଛୁର ହେଲାଣି 

ଦୋଳି ଖେଳେ ଏକାଏକା

ସାଙ୍ଗସାଥି ଯେତେ ଲେଉଟ ଗଲେଣି 

ତାଙ୍କର ଯେ ନାହିଁ ଦେଖା .....।


ସକାଳର ସଜ ଝାଉଁଳି ଗଲାଣି

ସୂରୁଜ ହେଲେଣି ନାଲି

ଆସିଲେ ନାହିଁ ସେ ଯା'ପାଇଁ ସଜ

କଥା ଦେଇଥିଲେ କାଲି....।


ମନୁଆ ମଣିଷ ମନରେ କି ଅଛି

କିଏ କହିବ ସେ କଥା

ଝରେ ଖାଲି ଲୁହ ତାଙ୍କ ଅଜାଣତେ

ହୃଦୟରୁ ଯାହା ଯଥା....।


ପୋଡ଼ପିଠା ମିଠା ଅରୁଚି ଲାଗୁଚି

ଆହୁରି ବି ରଜ ଦୋଳି

କିଏ ଦେଖିବଗୋ ଯାହାର ନାଁ'କୁ

ଦେଇଥିଲି ହାତେ ବୋଳି....।


ହାତୁ ମଞ୍ଜୁଆତି ଫିକା ପଡ଼ିଲାଣି 

ଫିକା ବି ପାଦର ନାଲି

ଦେହ ହଳଦୀ ମୋ ଥଟ୍ଟାଯେ କରୁଛି 

କଜଳ ବି ହସେ ବୁଲି....।


ନୂଆ ଜାମା ନୂଆ ସଜ ଡାଲା ମୋ

ଭୂଇଁରେ ଗଲେଣି ଲୋଟି

ତୁମ ବିନୁ ରଙ୍ଗ ନିରର୍ଥକ ବୋଲି

ଓଠରୁ ଦେଇଛି ପୋଛି ....।


ଇଚ୍ଛା ହେଉନାହିଁ ଦୋଳି ଛୁଇଁବାକୁ

ରଜ ଲାଗେ ଫିକା ଫିକା

କହିଥିଲ ପ୍ରିୟ ବିଦେଶୁ ଆସିଲେ

ଦେବ ଟିକେ ମୋତେ ଦେଖା....।


ଦେଖା ଦେଲ ନାହିଁ ଏସନ ଠକିଲ

ପ୍ରେମରେ ହେଲାଣି ଊଣା

କୋଉ ପୋଡ଼ା ମୁହିଁ ବାନ୍ଧି ରଖିଦେଲା

କରିଦେଲା ବାଟ ବଣା....।


ଜାଣିନକି ତୁମ ପ୍ରିୟା ଅଭିମାନୀ

ତୁମ ଠାରେ ତା'ର ମାନ

ତୁମେ ନବୁଝିଲେ ରୁଷି ବସିଯିବ 

ଜାଣିନ କି ତା'ର ଗୁଣ....!


ଅଭିମାନ ଠାରୁ ଶରମ ବଳୁଚି

ଥଟ୍ଟାରେ ବଉଳ କୁହେ

ଏ ପାଗଟାରେ କିଏ ହାତ ଛାଡ଼େ

ଯଦି ବରଷକେ ଥରେ ପାଏ....।


ରଜ ପାନେ ତୁମ ସରାଗ ବୋଲିକି

ଭାଙ୍ଗି ରଖିଥିଲି ଯାହା,

ଗିରିଷମ ଝାଞ୍ଜି ଦାଉ ସାଧେ ଖାଲି 

ଦୁଃଖ ଶୁଣେ ନାହିଁ ଆହା....।


କେମିତି କଟୁଛି ବେରଙ୍ଗ ରଜ ମୋ

ଦେଖି ଯାଅ ପ୍ରିୟ ବାରେ 

ଏମିତି କଷଣ ଦେବନିଗୋ କେବେ 

ହୃଦରୁ ରୁଧିର ଝରେ....।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance