ଇଏ କେମିତିକା ସ୍ପର୍ଶ
ଇଏ କେମିତିକା ସ୍ପର୍ଶ


ତୁମେ ଛୁଇଁଦେଲେ କାହିଁକି କେଜାଣି,
ଦେହଟା ଶିତେଇ ଯାଏ ।
ଫଗୁଣ ଆକାଶେ ବରଷା ନଥାଇ,
ଭିଜିବାକୁ ଇଛା ହୁଏ ।।
ତୁମେ ଛୁଇଁଦେଲେ ସ୍ପନ୍ଦନ କାହିଁକି,
ଧିରେ ଧିରେ ଯାଏ ବଢି ।
ଇଛା ହୁଏ ମୋର ତୁମ ସମ୍ମୁଖରେ,
ଖୋଲିବାକୁ ପ୍ରେମ ପେଡି ।।
ତୁମେ ଛୁଇଁଦେଲେ ଆଖିରୁ ନିଦଟା,
ନିମିଷକେ ହୁଏ ଦୂର ।
ତୁମ ସେ ଛୁଆଁରେ କି ଯାଦୁ ଅଛି କି,
ତାକୁ ଖୋଜେ ମୋ ଶରୀର ।।
ତୁମେ ଛୁଇଁଦେଲେ ଭୋକଶୋଷ ସବୁ,
ସତରେ ଉଭେଇ ଯାଏ ।
ତୁମ ସେ ସ୍ପର୍ଶରେ କାହିଁକି କେଜାଣି,
ପେଟ ମୋର ଭରିହୁଏ ।।
ତୁମେ ଛୁଇଁଦେଲେ ପ୍ରେମ ରାଇଜରେ,
ବୁଲି ଆସଇ ମୋ ମନ ।
ତୁମ ସେ ସ୍ପର୍ଶଟା ମାଦକତା ଭରା,
ତେଜି ଉଠେ ଯଉବନ ।।
ସେଥିପାଇଁ ପରା ଏ ମନ ଚାହୁଁଛି,
ସେ ଛୁଆଁ ନ ହେଉ ଶେଷ ।
ସବୁଦିନ ଝୁରେ ତୁମ ସେ ଛୁଆଁକୁ,
ଇଏ କେମିତିକା ସ୍ପର୍ଶ ।।