STORYMIRROR

Kali Kumar

Romance Fantasy

3  

Kali Kumar

Romance Fantasy

ସ୍ମୃତିର ତୀରେ ତୀରେ

ସ୍ମୃତିର ତୀରେ ତୀରେ

1 min
173

ସ୍ମୃତିର ତୀରେ ତୀରେ

ପାଦ ମୋର ଯେବେ ଚଳେ ଧିରେ ଧିରେ

ସ୍ମୃତିର ତୀରେ ତୀରେ;

କେତେ ଜହ୍ନରାତି

କେତେ ଅକୁହା ପ୍ରୀତି

ଯାଇଛି ଯେ ବିତି

ତା' ଶାନ୍ତ ସ୍ନିଗ୍ଧ ସୁଶୀତଳ ଧାରେ

ସ୍ମୃତିର ତୀରେ ତୀରେ ।।

ପୀରତିର ପଥେ ପଥେ

ପାଦ ଅନ୍ୱେଷଣୀ ଚାଲିଲି ତୋ ସାଥେ

ପୀରତିର ପଥେ ପଥେ;

ମନୁ ଦୂରେଇ ସଂଶୟ ,ସଂକୋଚ,ଭୀତ

ପ୍ରେମର ଯେତେ ଦୂର୍ଗମ ପଥ

ଅଲୋଡ଼ା, ଅମଡ଼ା ସେ ବାଟ

ଅତିକ୍ରାନ୍ତ କରି ତୋ ସାଥେ

ପୀରତିର ପଥେ ପଥେ ।।

ସମୟର ସ୍ରୋତେ ସ୍ରୋତେ

ଜୀବନ ବେଳାଭୂମିର ପଥେ

ସମୟର ସ୍ରୋତେ ସ୍ରୋତେ;

କେଉଁ ପାପର ପ୍ରାୟଶ୍ଚିତ ପାଇଁ

ଜୀବନକୁ ମୋର ଆସିଥିଲ ଧାଇଁ

ବିରହେ ଛାଡ଼ି,

ବିରହାଗ୍ନିରେ ଜାଳିବା ପାଇଁ

ଏକା କରିଗଲୁ ମୋତେ

ସମୟର ସ୍ରୋତେ ସ୍ରୋତେ ।।

ଭାବନାର ସ୍ତମ୍ଭେ ସ୍ତମ୍ଭେ

ଗଢ଼ିଥିଲି ପ୍ରେମର ଯେଉଁ ସୌଧଟି ଦମ୍ଭେ

ଭାବନାର ସ୍ତମ୍ଭେ ସ୍ତମ୍ଭେ;

ଅଦିନ ତରଙ୍ଗ ଆସିଲା ମାଡ଼ି

ପରିକଳ୍ପନାର ପରିଧିଟି ମୋର

ସହିତେ ତା'ର ଗଲା ଭୁଶୁଡ଼ି

ଭଗ୍ନାଂବଶେଷ ଧରି ନିତି କାନ୍ଦେ

ଭାବନାର ସ୍ତମ୍ଭେ ସ୍ତମ୍ଭେ ।।

ସଂସାରଟା ମିଛମାୟା

ବିଛେଇ ଚାଲିଛି ଛଳନାର ଅଦୃଶ୍ୟ କାୟା

ସଂସାରଟା ମିଛମାୟା;

ବସନ୍ତ ଜାଳେ ହୃଦକୁ ମୋର

ମଳୟ ବି କିଆଁ ଲାଗେ ଯେ ପର

ତୁମ ବିଚ୍ଛେଦରେ ପ୍ରିୟା

ସଂସାରଟା ମିଛମାୟା ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance