Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

kahnu charan sahu

Fantasy

3  

kahnu charan sahu

Fantasy

ବର୍ଷା

ବର୍ଷା

1 min
255


ଗ୍ରୀଷ୍ମ ଗଲାପରେ ବର୍ଷା ଆଗମନ

ହୁଅଇ ପୃଥିବୀ ପୃଷ୍ଠେ

ଜଳାଭାବରୁ ଯେ ମୁକତି ମିଳଇ

ମିଳୁଥିଲା ଯାହା କଷ୍ଟେ ।


ଜରାଜୀର୍ଣ୍ଣ ଯେହ୍ନେ ଲାଗୁଥିବା ପୃଥ୍ବୀ

ସବୁଜ ସୁନ୍ଦର ଦିଶେ

ବାଡ଼ି ବଗିଚାରେ ନାନା ଜାତି ଫୁଲ

ମନ ଜିଣେ ତାର ବାସେ ।


ଅସହ୍ୟ ଝାଞ୍ଜିରୁ ରକ୍ଷା ମିଳିଥାଏ

ଶୀତଳ ରୁହଇ ପୃଥୀ

ଆନନ୍ଦ ମନରେ କ୍ଷେତେ ହଳ କରେ

ଭୋକିଲା ପେଟର ସାଥି ।


ମଧ୍ୟମ ବରଷା ଆଶୀର୍ବାଦ ବୋଧେ

ଅଧିକେ ଆତଙ୍କ ଲୋକେ

ବଢ଼ି ନଈଜଳ ବନ୍ୟା ରୂପ ନିଏ

ଅଶ୍ରୁ ଝରିପଡ଼େ ଭୋକେ ।


ବର୍ଷାଋତୁ ଯେତେ ଆନନ୍ଦ ଦାୟକ

ଦିଏ ପୁଣି ସେତେ ଦୁଃଖ

ସୁଖରେ ଦୁଃଖରେ ବିତିଯାଏ ଦିନ

ବରଷାର ହୋଇ ଶେଷ ।।



Rate this content
Log in

Similar oriya poem from Fantasy