STORYMIRROR

Pranati Acharya

Tragedy Classics Fantasy

3  

Pranati Acharya

Tragedy Classics Fantasy

ଜୀବିତରେ ଜନ୍ମଦିନ

ଜୀବିତରେ ଜନ୍ମଦିନ

1 min
271

ପ୍ରକୃତିର ଧରାତଳେ 

ଜନମିଲି ଯେତେବେଳେ 

ବଞ୍ଚିବାର ସଂଘର୍ଷକୁ ବୁଝିଥିଲି 

ସେହିଦିନ ଆଜି ମୋର ଜନ୍ମଦିନ.. 

କେତେଦିନ କେତେ ବର୍ଷ 

ହସି କାନ୍ଦି ଅଙ୍ଗେ ନିଭାଇଛି

ହୃଦୟ ବିଦାରକ ଭୂମିକମ୍ପର

ଭୟାବହ ଦୃଶ୍ୟକୁ ମହାବାତ୍ୟାର 

ତାଣ୍ଡବ ଲୀଳାକୁ ରାଜରାସ୍ତାରେ ଦୂର୍ଘଟଣା

ଆତଙ୍କବାଦୀଙ୍କ ନିର୍ମମ ନର 

ସଂହାରକୁ ବଳତ୍କାର ନାରୀର 

କୁତ୍ସିତ ଚେହେରାକୁ ବ୍ୟଭିଚାରୀଙ୍କ

ଅତ୍ଯାଚାରକୁ ନିଜ ଆଖିରେ ଦେଖିଛି... 

କିଛି କରିବାକୁ ଚାହିଁ ବି କିଛି

କରି ପାରି ନାହିଁ ମୋର ପିଲା

ଜନ୍ମ ଦିନ ପାଳୁଛନ୍ତି ମୋର 

ମୋଠାରୁ ଅଧିକ ଅବା କିଏ ହେବ ମୋର.... 

ମୃତ୍ୟୁ ପରେ ଜନ୍ମ ଦିନ ପାଳିବେ କି ନାହିଁ 

ଜୀବିତରେ ସେ ଆନନ୍ଦ ନ ନେବା କିମ୍ପାଇଁ ...।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy