STORYMIRROR

Trushna Das

Abstract Tragedy Others

3  

Trushna Das

Abstract Tragedy Others

ପ୍ରିୟତମା

ପ୍ରିୟତମା

1 min
205

ମନେ ପଡୁଛି ମୋର 

ପ୍ରିଯତମା କଥା ସବୁ ଦିନ 

ସେ ଯେ ଅଭୁଲା ସ୍ମୃତି ମୋର 

ପାରିବି କି ତାକୁ ଭୁଲି ଥିବା ଯାଏଁ ଏ ଜୀବନେ ମୋର!!! 


କେବେ ଭାବି ନ ଥିଲି ଯେ ମୋ ପ୍ରିୟତମା

କରୁଛିମମୋ ସହ ଛଳନା

ପ୍ରେମ ମଧ୍ୟରେ ଥିଲା ଯେ ପ୍ରତାରଣା

ସେ ପରା ଥିଲା ମୃଗ ତୃଷ୍ଣା।

 

କେତେ ସପନ ଦେଖିଥିଲି ମୁହିଁ 

କରିବି ଘର ସଂସାର ତା ସହ ବୋଲି 

ହେଲେ ଜାଣି ନ ଥିଲି 

ସେ ମରୁଭୂମିର ମରୀଚିକା ବୋଲି। 


ସବୁ ପ୍ରତିଶୃତି ଦେଲା ମୋ ପ୍ରିୟତମା ଭାଙ୍ଗି 

ପାଇ ସେ ମୋ ଠାରୁ ଧନୀ

ହୋଇଗଲା ତା ଘରଣୀ

ଛାଡ଼ି ଦେଇ ଗଲା ମୋତେ କାନ୍ଦିବାକୁ ସବୁଦିନ ପାଇଁ।।


ହେ ପ୍ରିୟତମା ମୋର

ରଖିବ କି ଏତିକି ଅନୁରୋଧ ମୋର

କରିବ ନାହିଁ କାହାରି ସହ ଆଉ ପ୍ରେମର ଖେଳ

ନ ହେଲେ ତା ଆଖିର ଲୁହ ଭସାଇ ଦେବ ତୁମ ଘର ସଂସାର। 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract