ଅଫୁଟା ଫୁଲ-କାଦମ୍ବରୀ
ଅଫୁଟା ଫୁଲ-କାଦମ୍ବରୀ
ବଗିଚାରେ ଫୁଲ
କେତେ ରଙ୍ଗବିରଙ୍ଗେ
ମୁଁ ଗୋଟେ ଅଫୁଟା ଫୁଲ ,
ସବୁ ତ ସାଜନ୍ତି ତୋର ଚରଣେ
ମୋର ରୁହେ ନାହିଁ କିଛି ମୁଲ |
ମୁଁ ଅଫୁଟା ଯେ ଫୁଲ ......
ଅଫୁଟା ମୁଁ କଢ଼େ
ଫୁଟା ଫୁଲ ଆଜି
ମୋ ସାଥେ ବଢେ ||
ଫୁଟାଫୁଲ ଆଜି ହସି ଖେଳନ୍ତି
ଭମର ବି ଆସି ପାଖେ ବସନ୍ତି ||
ଅଫୁଟା ଅଦ୍ଭୁତ ରହସ୍ୟମୟ
ଫୁଲଙ୍କ ଠାରୁ ମୁଁ ଭିର୍ଣ୍ଣମୟ
ଚମତ୍କାର ସୃଷ୍ଟି ତୋ ଉଦେଶ୍ୟମୟ
ଅଫୁଟା ଫୁଲ ମୁଁ ନିରଶମୟ ||
ରହସ୍ୟମୟ କି ଶକ୍ତି ତୋର
ଅସ୍ଥାୟୀ ଗଢିଛୁ ସୁଖ ମୋର ,
ମୁନୁ ହେଁ ସ୍ୱାଗତ
ଯୋଗ୍ୟ କାହାର
ମୁଁ ଅଫୁଟା ଫୁଲ ଏ ସଂସାରର ||
ଅପେକ୍ଷା କରିଚି ଚିତ୍ରକାରକୁ
ଯିଏ ଚିତ୍ରରେ ଆଙ୍କିବ ମୋର ଛବିକୁ ,
ଦେଖି ଆଙ୍କୁ ଥିବେ ତନୁ ସର୍ବାଙ୍ଗେ
ଜୀବନ୍ତ କରିବ ମୋର କଢ଼ିକୁ ||
ମୁଁ କଢି ଅଫୁଟା ଯେ ଫୁଲ
ମୋର ରୁହେ ହିଁ କିଛି ମୁଲ
ମୁଁ ଅଫୁଟା ଫୁଲ .....
ମୁଁ ଅଫୁଟା ଫୁଲ .... ।.
