STORYMIRROR

ଜୀବନ ର. କର

Tragedy

3  

ଜୀବନ ର. କର

Tragedy

ଲୁହ

ଲୁହ

1 min
212

ତୁମେ କଣ ବୁଝିଛ

ମିଳନ – ବିଚ୍ଛେଦର

ସମୀକରଣ,

କି କେବେ ଦେଖିଛ

ହରିମାଷ୍ଟ୍ରଙ୍କ ଗଣିତର

ହରଣ ଫେଡାଣରେ

ସମସ୍ୟାର ସମାଧାନ ?

କିଛି ବୁଝିଲନି ....

ସମୟକୁ ସାକ୍ଷୀ ରଖି

ମୋ‘ ଠୁଁ ଯାଇଁ

ତୁମ ଛାଇରେ ମିଶିଗଲ ।

ତୁମ ସ୍ନେହ ଶ୍ରଦ୍ଧାର କୈବଲ୍ୟକୁ

ହୃଦୟରେ ରଖିଛି ସାଇତି,

ତୁମ ଆବର୍ତ୍ତମାନର

ଶୂନ୍ୟଘାଟରେ

ମୁଣ୍ଡ କୁଟି କୁଟି

ଅଭିଶପ୍ତ ଲୁହରେ

ଆଜି ମୁଁ ଏଠି

କଳଙ୍କିନୀ ସାଜିଛି ।


Rate this content
Log in

Similar oriya poem from Tragedy