STORYMIRROR

ଜୀବନ ର. କର

Romance

4  

ଜୀବନ ର. କର

Romance

ଶୀତ

ଶୀତ

1 min
179

ତୁମ ଫେରିବା ବାଟକୁ ଚାହିଁ

ଅପେକ୍ଷାରେ ଠକିଛି ଆଖି ।

ବିଶ୍ଵାସ ବି ଲିଭିଛି 

ସମୟ ପାଞ୍ଜିରୁ ,

ମିଳନର ମହାପର୍ବ ବି ଫିକା

ଏ ରଙ୍ଗଶାଳାରେ ।

ପରିଚିତ ହେବା ଆଗରୁ

ଉତୁରିଛି ନିଃଶ୍ଵାସ

ଫୁଙ୍ଗୁଳା ହୋଇଛି ପିଣ୍ଡ ।

ସତକୁ ସତ

ସତର ସନ୍ଧ୍ୟାରେ

ସେ ଆସିଲା ଆମ ଗାଁକୁ,

ରାତିର ଚାଦରକୁ ଆବୋରି

ଆଙ୍କିଦେଲା ହୃଦୟରେ ମୃଦୁ ଭୂମିକମ୍ପ

ମୋ ଦେହର ପରିସୀମାକୁ

କବ୍ଜା କରି ନେଇଥିଲା ଶୀତ।

ସକାଳେ କାକରର ବନ୍ଦୀ ଘରେ

ଅଳସୀକନ୍ୟାର ନୀରବ ଇଙ୍ଗିତରେ 

ପରିଚୟ ମାଗୁଥିଲା ମୋତେ ।

ଆନମନାରେ ଘାଣ୍ଟି ହେଉଥିଲି

କିଏ ସେ ....

ପରିଚୟର ପରିଧିରେ

ଅବଚେତନ ମନକୁ ଆନ୍ଦୋଳିତ କରୁଛି

ଏ ଘନ କୁହୁଡିରେ ।

ନୀରବତାକୁ ଆଲିଙ୍ଗନ କରି ଦେଖେତ ---

ଚାହା କପ ସହ

ପ୍ରାଣେଶ୍ଵରୀ ମୋ ବାଟକୁ

ଚାହିଁ ରହିଛନ୍ତି

କୁହୁଡି ଶେଯରେ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from ଜୀବନ ର. କର

Similar oriya poem from Romance