Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

ଜୀବନ ର. କର

Abstract

4.0  

ଜୀବନ ର. କର

Abstract

ଜୀବନ ଯୁଦ୍ଧ

ଜୀବନ ଯୁଦ୍ଧ

1 min
11.2K


ଜୀବନ ଯୁଦ୍ଧରୁ ବିଶ୍ରାମ ନେବାକୁ

ବେଳେ ବେଳେ ସୂର୍ଯ୍ୟାସ୍ତକୁ

ଚାହିଁ ରହିଥାଏ ମୁଁ ।

ଦିନ ର ବୟସ ସହ

ମୋ ସ୍ଵପ୍ନଅଇନାରୁ ଲିଭି ଆସୁଥିବା

ଆଶାର ଛବି ଗୁଡିକ

ତରାଙ୍କ ଆଖି ମିଟିକାରେ

ଆସନ୍ତା କାଲିର ବିଶ୍ଵାସ ଦେଇ

ମୋତେ ବଞ୍ଚେଇ ରଖେ ।

ସେମାନେ ଶୃଙ୍ଖଳାର ପରଦାରେ

ମୋ ବ୍ୟସ୍ତତାକୁ ଅନେଇ ହସନ୍ତି,

ବୋଧହୁଏ ଭିଡରୁ ବାହାରିଯାଇ

ସେମାନେ ସଙ୍ଗରୋଧରେ ଅଛନ୍ତି ।

ତଥାପି ସେମାନେ ଆସିବାରୁ

ମନ ଚଳ ଚଞ୍ଚଳ ହୁଏ

ବାକି କାମ ସାରିବାକୁ

ଶରୀର ଟା ଘୋଡା ପରି ଆଗକୁ ଦଉଡେ ।

ଦିନ ରାତି ଖଟି ଖଟି

ଅହମିକା ର ହିମାଳୟ ଚଢି

ସଫଳତା ର ଦୀପ ଜାଳେ ।

ଭୂମି ରୁ ହିମାଳୟ ର ଉଚ୍ଚତା ପରି

ନିଜ ଲୋକଙ୍କ ବ୍ୟବଧାନ ବଢେ

ଆଉ ମୁଁ ତରାଙ୍କ ମେଳରେ ମିଳେଇ ଯାଏ ।


Rate this content
Log in