STORYMIRROR

ଜୀବନ ର. କର

Abstract

2  

ଜୀବନ ର. କର

Abstract

ରଙ୍ଗଶାଳା

ରଙ୍ଗଶାଳା

1 min
3.1K

ତୁମ ପାଇଁ

ଅଦିନିଆ ଝଡ

ପରିବାର ରୁ ପାର୍ଲାମେଣ୍ଟ

ଧର୍ମଶାଳାରୁ ଧର୍ମସଭା ,

ତଥାପି ତୁମେ ନୀରବ

ରଙ୍ଗଶାଳାର ପଶାପାଲିରେ

କେତେ ତୁମେ ଜୁଝିଥିଲ

ପରିଚୟ ର ମୋହ ନେଇ

ଏ ଲୋକଙ୍କ ସାଥିରେ

ହାତେଇବାକୁ ଆଉ ଏକ ସିଂହାସନ

କିଛି ପାଇବା ଆଗରୁ

ମୋତେ ପରାହତ

କରିଦେଲ ଏ ଦୁନିଆ ଦାଣ୍ଡରେ। 

ଜାଣିଛ –

ରଙ୍ଗଶାଳା ଆଜି

ସରକାରଙ୍କ ତହବିଲରେ

ବିବାଦର ବୁଢିଆଣୀ ଜାଲ

ତୁମ ଅନୁପସ୍ଥିତି ଆଣିଛି 

ଆଉ ଏକ ନିସ୍ତବ୍ଦ ଶୂନ୍ୟସ୍ଥାନ

କିନ୍ତୁ ....

ମେଞ୍ଚାଏ ଅନ୍ଧାର, ଦୁଃଖ

ଆଉ ଶୂନ୍ୟତାକୁ ନେଇ

ମୁଁ ଅପେକ୍ଷା କରିଛି

ରଙ୍ଗଶାଳାରେ ପ୍ରତିଫଳିତ

ଜୀବନ ଯୁଦ୍ଧର ଶେଷ ଅଧ୍ୟାୟକୁ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from ଜୀବନ ର. କର

Similar oriya poem from Abstract