Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଜୀବନ ର. କର

Others

3  

ଜୀବନ ର. କର

Others

ପରିଚୟ

ପରିଚୟ

1 min
317


                         

ତୁମେ ପରା କହୁଥିଲ

ଗୋଟେ ବର୍ଷର ଆୟୁଷ ନେଇ

ହୋଇଥାନ୍ତ ଅନେଶତ ରାଜାଙ୍କ ରାଣୀ

ଏକଶତ ପୁତ୍ରର ଜନନୀ ହୋଇ

ବର୍ଷ ବର୍ଷ ପାଇଁ ....

ଗଢିଥାନ୍ତ ଆଉ ଏକ କାହାଣୀ ।

ତୁମ ଆଶା, ଅଭିଳାଷ, ସ୍ଵପ୍ନ

ସବୁଠି ଆଜି କଳଙ୍କର ଛିଟା  

ପ୍ରାଣ ଆଉ ପ୍ରଣୟ

ସମ୍ପର୍କର ଚୌହଦି ବାହାରେ

ଖୋଜୁଛି ନିଜର ପରିଚୟ ।

କେତେଦିନ ଏମିତି ଧାଇଁବ

ଅନ୍ଧାରରେ ଛନ୍ଦି ହୋଇ

ନିଜ ବହପ ପଣକୁ ଛାତିରେ ଧରି

ଆଉଗୋଟେ ଇତିହାସ ପାଇଁ ।

ଭୁଲିଯାଅ -

ପରାହତ ଅତୀତର ସ୍ଵର

ବର୍ତ୍ତମାନକୁ ନେଇ

ବଞ୍ଚି ବଞ୍ଚେଇବା ଶିଖ

ଗଢିବାକୁ ଯଦି ଅଛି

ଆଉ ଏକ କାହାଣୀ

ଆସନ୍ତା କାଲିର । 



Rate this content
Log in