ଅଭିମାନୀ ଭକ୍ତ
ଅଭିମାନୀ ଭକ୍ତ
ତୋ ସିଂହ ଦୁଆର
ମନା କରିବୁନି
ଶ୍ରୀମନ୍ଦିର ଯିବି ଯେବେ
ତୋ ଅଭଡା ଅନ୍ନ ଖାଇବାରେ ମନ
ମନା କରିବୁନି କେବେ ।
ମୁଁ'ଅଭିମାନୀ
ତୁ'ମହାମାନୀ
ସବୁ ଦେଇ ଜଳାଞ୍ଜଳି
ଭୁଲ ଜଦି ମୋର
କ୍ଷମିବ ଠାକୁର
ଘେନ ମୋର ପୁଷ୍ପାଞ୍ଜଳି
ଅଭାବରେ ଥାଇ
ନ ଖାଇ ନ ପିଇ
ଦୁଃଖେ ଦିନ ବିତେ ଭବେ ।
ମହାମାନି ତୁହି
ଶ୍ରୀମନ୍ଦିରେ ରହି
ଭାଙ୍ଗୁଥାଅ ଦୁଃଖି ମାନ
ମୋ ଅଭିମାନ
କରୁଛି ଅର୍ପଣ
ତୋ'ପାଦେ ଛନ୍ଦା ଚରଣ
ବନ୍ଧନର ଡୋରୀ
ଖୋଲିବନି ହରି
ହୀନିମାନ ଭାବି କେବେ ।
