STORYMIRROR

ଦୀପଙ୍କର ଦାସ

Romance Fantasy

3  

ଦୀପଙ୍କର ଦାସ

Romance Fantasy

ସ୍ୱପ୍ନର ନାୟିକା

ସ୍ୱପ୍ନର ନାୟିକା

1 min
393

ମନର ମାନସୀ ମନେ ମନେ ଆସି

ମନ କଥା କହିଗଲ,

ସ୍ୱପ୍ନର ସାଗରୀ ସପନ ହଜାଇ

କାହା ସପ୍ନେ ହଜିଗଲ।

ବର୍ଣ୍ଣିବି ବର୍ଣ୍ଣିବି କେଉଁ ବର୍ଣ୍ଣନାରେ

କଲମ ମୋ ବର୍ଣ୍ଣ ହୀନ,

ହୃଦୟ ବିଦାରି ହୃଦାକାଂକ୍ଷୀ ତୁମ୍ଭ

ନିହୃଦେ ଦେଲ ଜୀବନ।

ଅନାମିକା ତୁମ୍ଭେ ଅମାନିଆ ଝଡେ

ଅମାନିଆ କରିଗଲ,

ମଧୁରିଗୋ ତୁମ୍ଭ ମଧୁର ହସରେ

ମଧୁବାନ୍ଛା ପୂର୍ଣ୍ଣକଲ।

ଲାଜବତି ତୁମ୍ଭ ଲାଜ ଲାଜ ମୁଁହ

ଠାଣି ଲାଜକୋଳି ଲତା,

ଶାନ୍ତ ଶାନ୍ତ ନୟନଯୁଗଳ

ଶାନ୍ତ କଲା ମନ ବ୍ୟଥା।

କମଳ ପାଖୁଡ଼ା ଗାଲଦୁଇ ତୁମ୍ଭ

କମଳ ରଙ୍ଗେ କୋମଳ ଅଙ୍ଗ,

ଭାଙ୍ଗ ଭାଙ୍ଗ କେଶ ଭାବଭଙ୍ଗୀ ତୁମ୍ଭ

କଲା ମୋର ନିଦ୍ରା ଭଙ୍ଗ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance