STORYMIRROR

ଦୀପଙ୍କର ଦାସ

Romance Fantasy

3  

ଦୀପଙ୍କର ଦାସ

Romance Fantasy

ପରୀ

ପରୀ

1 min
394

ପରୀ ନୁହଁ ମୋର ପରିକଳ୍ପନା,

ପରୀରାଇଜେ ପରୀକୁ ଭେଟିଥିଲି

ପରିଣତ ଆଖି ପରିପକ୍ଵ ହସ

ପରିମିତି ଭୁଲିଥିଲି

ପରୀକୁ ପଚାରି ପରିଚିତ ହେଲି

ପର କରିବନି ବୋଲି

ପରୀର ପରଷେ ପରିତୋଷ ପାଇ

ପରିମାର୍ଜିତ ହେଲି

ପରୀର ପରରେ ଦୁନିଆ ବୁଲିଲି

ପରିସ୍ଥିତି ଗଲି ଭୁଲି

ପରିଜନ ଭୁଲି ପରୀକୁ ଚାହିଁଲି

ପରିବାର ପରିପ୍ରକାଶ ପାଇଁ

ପରିସୀମା ପାରି ପରୀ କହିଥିଲା

ପରିଧି ନ ଯିବ ଭୁଲି

ପରିଧେ ରହି ମୁଁ ପରୀ ଦେଖୁଥିଲି

ପରୀ ଗଲା ପର କରି

ଆଜି ମୁଁ ପାଗଳ ପରୀ ପରୀ ହୋଇ

ପରିଚୟ ମିଳେନାହିଁ

ଏ ମାୟା ସଂସାରୁ ପରମଶ୍ୱର ତୁମେ

କରିଦିଅ ମୋତେ ପାରି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance