STORYMIRROR

Tamalati Nag

Fantasy Inspirational Children

4  

Tamalati Nag

Fantasy Inspirational Children

ତୃତୀୟ ଗୁରୁ

ତୃତୀୟ ଗୁରୁ

1 min
392

ମଣିଷ ଜୀବନ ର ପ୍ରଥମ ଗୁରୁ ହେଉଛନ୍ତି ପିତାମାତା,

ଦ୍ଵିତୀୟ ଗୁରୁ ହେଉଛନ୍ତି ଶିକ୍ଷକ,

ତୃତୀୟ ଗୁରୁ କିଏ?

ତୃତୀୟ ଗୁରୁ ହେଉଛନ୍ତି ସିଏ,

ଯିଏ ତୋତେ କିଛି ବି ଶିକ୍ଷାଦିଅନ୍ତି।

ତାହେଲେ ଏଇ ରାସ୍ତାର ବୃକ୍ଷ ମୋର ତୃତୀୟ ଗୁରୁ।

ଵୃକ୍ଷ ତୋତେ କଣ ଶିକ୍ଷା ଦିଏ?

ଵୃକ୍ଷ ମତେ ପରୋପକାର କରିବାର ଶିକ୍ଷା ଦିଏ,

କେବଳ ଦେଇଚାଳିବାର ଶିକ୍ଷା ଦିଏ।

କର୍ମ କରି ଫଳ ର ଆଶା ନ ରଖିବାର ଶିକ୍ଷା ଦିଏ,

କିଛି ଆଶା ନ ରଖିବାର ଶିକ୍ଷା ଦିଏ।

ସବୁବେଳେ ଅନ୍ୟର ଉପକାର ସାଧନ କରିବା ପାଇଁ ଶିକ୍ଷା ଦିଏ,

ପରୋପକାର କରି ଖୁସିରେ ବଞ୍ଚିବାର ଶିକ୍ଷା ଦିଏ।

ଏଇ ଝରଣା ମୋର ତୃତୀୟ ଗୁରୁ,

ଝରଣା ରୁ କଣ ଶିକ୍ଷାପାଇଲୁ?

ଝରଣା ମତେ ନିରନ୍ତର ବହିଚାଳିବାର ଶିକ୍ଷା ଦିଏ,

ଝରଣା ମତେ ନିରନ୍ତର ପ୍ରୟାସ କରିବାର ଶିକ୍ଷାଦିଏ।

ଝରଣା ମତେ ସବୁବେଳେ ଆଗକୁ ବଢିବ ପାଇଁ ପ୍ରେରଣା ଦିଏ,

ଝରଣା ମତେ ସବୁବେଳେ ଆଗକୁ ପାଦ ବଢ଼େଇବାପାଇଁ କହେ।

ଝରଣା ମତେ କେବେବି ପଛକୁ ଦେଖିବା ପାଇଁ କହେନାହିଁ,

ସବୁବେଳେ ନିଜ ଲକ୍ଷ୍ୟ ପଥରେ ଅଟଳ ରହିବ ପାଇଁ କହେ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy