STORYMIRROR

Tamalati Nag

Action Inspirational Others

3  

Tamalati Nag

Action Inspirational Others

ପଥ କହେ ତୁ ଆଗକୁ ବଢି଼ଚାଲ

ପଥ କହେ ତୁ ଆଗକୁ ବଢି଼ଚାଲ

1 min
139

ଜୀବନ ହେଉଛି ଏକ ସଂଘର୍ଷମୟ ପଥ

ସେହି ସଂଘର୍ଷ ଉପରେ ଯିଏ ବିଜୟ ଲାଭ କରେ ସେ ହିଁ ବୀର,

ବିନା ସଂଘର୍ଷ ରେ ମଣିଷ ଆଗକୁ ବଢ଼ିପାରେ ନାହିଁ,

ଏହି ସମୟରେ

ପଥ କହେ ତୁ ଆଗକୁ ବଢି଼ଚାଲ,

ପଥ କହେ ତୁ ଆଗକୁ ବଢି଼ଚାଲେ

ଜୀବନ ରେ ସବୁବେଳେ ସମସ୍ତେ ସାଙ୍ଗରେ ନ ଥାନ୍ତି,

ବେଳେବେଳେ ଏମିତି ସମୟ ଆସେ ସାଥିରେ କେହି ନଥାନ୍ତି,

ଏହି ସମୟରେ ନିଜକୁ ନିଜପାଇଁ ଉଚିତ ପଦକ୍ଷେପ ନେବାକୁ ପଡେ,

ଦେଖିଲା ବେଳକୁ ସମୟ ବହୁତ ଆଗକୁ ବଢିଯାଇଥାଏ,

ଏହି ସମୟରେ

 ପଥ କହେ ତୁ ଆଗକୁ ବଢି଼ଚାଲ,

ପଥ କହେ ତୁ ଆଗକୁ ବଢି଼ଚାଲ ।

କାହାକୁ କିଛି କହିବାକୁ କିଛି ଶବ୍ଦ ନଥାଏ,

 କେବଳ ନିଜ ଉପରେ

 ଏବଂ

ନିଜ କର୍ମ ଉପରେ 

 ଦୃଢ ବିଶ୍ବାସ ରଖିବାକୁ ପଡେ,

ବୟସ ସହିତ ଏଠି ମାନସିକ ଚିନ୍ତାଧାରା ମଧ୍ୟ ପରିବର୍ତ୍ତନ ହୁଏ,

କିନ୍ତୁ ସମାଜକୁ କେବଳ ଦେଖାଯାଏ କେବଳ

ବ୍ୟକ୍ତିର ବୃଦ୍ଧି ହେଉଥିବା ବୟସ

ଦେଖାଯାଏ ନାହିଁ ସେହି ବ୍ୟକ୍ତି ର ପରିବର୍ତ୍ତିତ ଚିନ୍ତାଧାରା,

ଜୀବନରେ ବେଳେ ବେଳେ ଏକା ଚାଲିବାକୁ ହୁଏ,

ଏହି ସମୟରେ

ପଥ କହେ ତୁ ଆଗକୁ ବଢି଼ଚାଲ

ପଥ କହେ ତୁ ଆଗକୁ ବଢି଼ଚାଲ ।

ସମୟ ହେଉଛି ଏକ ମୂଲ୍ୟବାନ ଦ୍ରବ୍ୟ,

 ବ୍ୟକ୍ତି ଏହି ମୂଲ୍ୟବାନ ଦ୍ରବ୍ୟର ସଦୁପଯୋଗ କଲେ,

ସମୟ ମଧ୍ୟ ସେହି ବ୍ୟକ୍ତି ର ସଦୁପଯୋଗ କରେ,

ତେଣୁ ସମୟର ସଠିକ ବ୍ୟବହାର କଲେ

ସମୟ ମଧ୍ୟ ତାକୁ ସଠିକ ମୂଲ୍ୟ ପ୍ରଦାନ କରେ ।

ଏହି ସମୟରେ

ପଥ କହେ ତୁ ଆଗକୁ ବଢି଼ଚାଲ,

ପଥ କହେ ତୁ ଆଗକୁ ବଢି଼ଚାଲ,

ନାହିଁ ନଥିଲେ କେହି ତୋ ପାଖେ ମୁଁ ଅଛି ତୁ ଆଗକୁ ବଢି଼ଚାଲ,

ନାହିଁ ନଥିଲେ ତୋ ପାଖେ ମୁଁ ଅଛି ତୁ ଆଗକୁ ବଢି଼ଚାଲ।



Rate this content
Log in

Similar oriya poem from Action