ଗୁରୁ
ଗୁରୁ
ମାଁ ହେଉଛି ଛୁଆର ପ୍ରଥମ ଆଉ ପ୍ରଥମ ଗୁରୁ,
ମାଁ ହେଉଛି ଶିଶୁର ପରମ ଗୁରୁ|
ମାଁ ବିନା ଜଗତ ଅନ୍ଧାର,
ମାଁ ବିନା ସବୁ ଅନ୍ଧକାର|
ତୁ ଥିଲେ ସବୁ ଥାଏ,
ତୁ ନଥିଲେ କିଛି ନଥାଏ|
ମାଁ ବିନା ଘର ଅନ୍ଧାର,
ମାଁ ବିନା ଦୁନିଆ ମଧ୍ୟ ଅନ୍ଧାର|
ଯିବୁନି ଲୋ ମାଁ ମତେ କେବେ ଛାଡି,
ଯିବୁନି ଲୋ ମତେ ଏକା କରି କେବେ|
ତୋ ବିଂଶ କେହି ନାହିଁ ପାଖେ,
ତୋ ବିନା କେହି ନଥାନ୍ତି ପାଖେ|
ତୁ ଯେବେ ଟିକିଏ କଥା ହଉ,
ମନ ମୋର ଶାନ୍ତି ହୁଏ|
ତୁ ଯେବେ କହିଦଉ ମାଁ ରେ...
ଜୀବନ ମୋର ଧନ୍ୟ ହେଇଯାଏ|
ସେଇ ମାଁ ରେ....ଶବ୍ଦ ଶୁଣିବା ପାଇଁ,
ମନ ମୋର କେତେ ସମୟରୁ ବିଚଳିତ ହେଉଥାଏ|
ଶେଷରେ ତୋର ପାଟିରୁ ଗୋଟିଏ ଶବ୍ଦ ଶୁଣି ମନ ମୋର ଶାନ୍ତ ହୋଇଯାଏ|
ଯେତେ ଯାହା ହେଲେ ହେଇଯାଉ ତୋ କଥା ଯଦି ନ ଶୁଣେ,
ମନ ମୋର ଚଞ୍ଚଳ ହେଇଯାଉଥାଏ|
ମନ ସ୍ଥିର ରାହେନାହିଁ,
ସବୁବେଳେ ତୋ କଥା ଭାବୁଥାଏ|
ମାଁ ହେଉଛି ଶିଶୁର ପ୍ରଥମ ଆଉ ପରମ ଗୁରୁ,
ସେ ଆମକୁ ଜୀବନ ରେ ଆସୁଥିବା ସମସ୍ତ ଅସୁବିଧା ରୁ ରକ୍ଷା କରେ,
କେମିତି ତାର ସମାଧାନ କରିବା ତା ର ଶିକ୍ଷା ଦିଏ|
