Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Tamalati Nag

Action Inspirational Children

3  

Tamalati Nag

Action Inspirational Children

ପୁଅ

ପୁଅ

1 min
218


ପୁଅ ଜନ୍ମ ହେଲା ଖୁସି କେତେ,

ଝିଅ ଜନ୍ମ ହେଲା ଦୁଃଖ କେତେ ।

ଯାହାର ଯେଉଁ ମନ ସିଏ ସେଇ ମନ ,

ଯାହାର ଯେଉଁ ମନ ସିଏ ସେଇ ମନ।

କାହାକୁ କଣ କହିବ ହେ ଗୋବର୍ଦ୍ଧନ

ପୁଅ ଜନ୍ମ ହେଲା ଖୁସି କେତେ,

ଝିଅ ଜନ୍ମ ହେଲା ଖୁସି କେତେ ।

ବାପା ପୁଅ ଉପରେ ରଖିଛି ଭରସା

 ହେଲେ ଝିଅ ଉପରେ  ନାହିଁ ଭରସା

ଦିନେ ବଡ ହେଲା ପୁଅ,

ବଡ ହେଲା ଝିଅ ।

ଦୁହେଁ କଲେ ଚାକିରୀ,

ବାପା ହେଲା ରୋଗୀ।

ପୁଅ ରହିଲା ସହରରେ,

ଝିଅ ରହିଲା ଘରେ।

ବାପା କୁ ହେଲା ଜ୍ୱର,

ବାପା ଡାକିଲେ ପୁଅକୁ,

 ଆସିଲା ନାହିଁ ପୁଅ ।

ଝିଅ ଥିଲା ପାଖରେ ବାପା ଚାଁହୁ ନଥିଲେ ଝିଅକୁ,

ଝିଅ ସେବା କରେ ନିଇତି,

ଦିନେ ବାପା ବୁଝିଲେ ଝିଅ ର ସ୍ନେହ ଶ୍ରଦ୍ଧା ପ୍ରୀତି।

ବାପା ଏବେ ବୁଝିଲେ ପୁଅ ହଉ ଅବା ଝିଅ ,

ପୁଅ ଯେତେ କରେ ନାହିଁ, ଝିଅ କରେ ସେତେ

ବର୍ତ୍ତମାନ ର ଯୁଗରେ ପୁଅ ଝିଅ ସମସ୍ତେ ସମାନ,

ଏହା ବୁଝିଲେ ହେବ ସମାଜ ର କଲ୍ୟାଣମାନ।



Rate this content
Log in

Similar oriya poem from Action