STORYMIRROR

Tamalati Nag

Action Fantasy Inspirational

3  

Tamalati Nag

Action Fantasy Inspirational

ଶୀତରାଣୀ

ଶୀତରାଣୀ

1 min
197

ଶୀତ ଯେମିତି ଆସିଲା ଲାଗିଲା ଥଣ୍ଡା,

ସକାଳର ସୂର୍ଯ୍ୟରେ ଶୀତତାପ ଦୂର ହେଲା ।

ଦୁଃଖ ଯେମିତି ଆସେ ଜୀବନରେ,

ସୂର୍ଯ୍ୟ ପରି ସେମିତି କିଛି ଆସିଲେ,

ଜୀବନରେ ଥିବା ସବୁ ଦୁଃଖ ଦୂର ହେବ ।

ଆଶା ଥାଏ ମନେ,

ସେ ଆଶା କେବେ ହେବ ସତ,

ସେଇ ସମୟ କୁ ଅପେକ୍ଷା କରି ରହେ।

ଦୁଃଖ ଜୀବନରେ ଆସେ ଅଦିନିଆ ଶୀତ ପରି,

ଦୁଃଖ କଷ୍ଟ ଦିଏ ସତ,କିନ୍ତୁ ଶିକ୍ଷା ମଧ୍ୟ ଦିଏ ସେତିକି।

ଯାହା ଭାବି ନ ଥାଉ ଆମେ କେବେ,

ତାହା ଆମ ଜୀବନରେ ଘଟେ ସେତେ।

ଜୀବନରେ ଦୁଃଖ ଯେତେ ସୁଖ ଦିଏ,

ସୁଖ ସେତେ ସୁଖ ଦିଏନି ।

ଯିଏ ଦୁଃଖ ଭୋଗେ,

ସେ ହିଁ କେବଳ ଜାଣେ,

ଦୁଃଖ କେତେ ସୁଖ ଦିଏ ଓ ସୁଖ କେତେ ସୁଖ ଦିଏ।

ଦୁଃଖ ପରେ ଯେଉଁ ସୁଖ,

ସେ ସୁଖ ଉପଭୋଗ କରିବା ଯେ କେତେ ସୁଖ ଦିଏ,

ଯିଏ ଅଙ୍ଗେ ନିଭେଇଛି ସେ ହିଁ ଜାଣିବ।

ଦୁଃଖ ପରେ ସୁଖ, ସୁଖ ପରେ ଦୁଃଖ ଲାଗିଛି ଜୀବନରେ,

ଜନ୍ମ ପରେ ମୃତ୍ୟୁ ,ମୃତ୍ୟୁ ପରେ ଜନ୍ମ ହେଉଅଛି ଜୀବନରେ।

ବିଧିର ବିଧାନ କେ କରିବ ଆନ,

ଯାହା ଲେଖାଅଛି ଭାଗ୍ୟରେ,

ତାହା ହେବା ନିଶ୍ଚିନ୍ତ,

ଏହା ନିୟତିର ନୀତି ନିୟମ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action