ନୂଆଁ ଲାଗେ ସମୟ
ନୂଆଁ ଲାଗେ ସମୟ
ଏଠି ସବୁ ନୂଆଁ,
ନୂଆଁ ଲାଗେ ସମୟ,
ନୂଆଁ ଲାଗେ ମଣିଷ|
କାହାକୁ ଜାଣିନି କି ,
କାହାକୁ ଚିହିଁନି,
ସମସ୍ତେ ଏଠି ଅଚିହ୍ନା,
ସମସ୍ତେ ଏଠି ଅଜଣା|
ନୂଆଁ ଲାଗେ ସମୟ,
ନୂଆଁ ଲାଗେ ମଣିଷ|
ନୂଆଁ ସ୍ଥାନରେ ମୁଁ ଏକୁଟିଆ,
ଯେଉଁଆଡ଼େ ଦେଖ ସବୁଆଡେ ନିଛାଟିଆ|
ଏକୁଟିଆ ମଣିଷ,
ଏକୁଟିଆ ଜୀବନ|
ସାଥିରେ କେହି ନାହାଁନ୍ତି,
ତଥାପି ମନରେ ଅଛି ଗୋଟିଏ ଅଜବ ପ୍ରକାର ଶାନ୍ତି|
ନୂଆଁ ଲାଗେ ସମୟ,
ନୂଆଁ ଲାଗେ ମଣିଷ|
ଏଠି ସବୁ ନିଜ ଉପରେ ନିର୍ଭର କରେ,
ନିଜେ କଲେ ଖାଇବ,
ନ ହେଲେ ଭୋକ ଉପବାସରେ ଶୋଇବ|
ନୂଆଁ ଲାଗେ ସମୟ,
ନୂଆଁ ଲାଗେ ମଣିଷ|
ନାଁ ଖାଇବାକୁ ଇଚ୍ଛା ହୁଏ,
ନାଁ ଶୋଇବାକୁ ଇଚ୍ଛା ହୁଏ|
ନାଁ ବୁଲିବାକୁ ଇଚ୍ଛା ହୁଏ,
ନାଁ ବସିବାକୁ ଇଚ୍ଛା ହୁଏ|
ମନରେ ସୃଷ୍ଟି ହେଉଥାଏ ଅସୁମାରୀ ପ୍ରଶ୍ନ,
ମନରେ ଖେଳୁଥାଏ ଅସୁମାରୀ ଅସୁମାରୀ ପ୍ରଶ୍ନର ଉତ୍ତର|
ନିଜେ ହିଁ ନିଜ ପ୍ରଶ୍ନର ର ଉତ୍ତର ପାଏ,
ନିଜେ ହିଁ ନିଜକୁ ଉତ୍ତର ଦିଏ|
ନୂଆଁ ଲାଗେ ସମୟ,
ନୂଆଁ ଲାଗେ ମଣିଷ|
କାନ୍ଦିବାକୁ ଇଚ୍ଛା ହୁଏ,
ପୁଣି ହସିବାକୁ ମଧ୍ୟ ଇଚ୍ଛା ହୁଏ,
ଦୁଃଖ ଲାଗେ ,
ପୁଣି ଖୁସି ମଧ୍ୟ ଲାଗେ,
ନୂଆଁ ଲାଗେ ସମୟ,
ନୂଆଁ ଲାଗେ ମଣିଷ|
ଜାଣେନା କଣ ହୁଏ,
ମନ ଭିତରେ ଗୋଟିଏ ପ୍ରଜାପତି ଘୁରିବୁଲେ|
ସେଇ ପ୍ରଜାପତି ର ଇଚ୍ଛା ମଧୁ ସଂଗ୍ରହ କରି,
ସମସ୍ତଙ୍କୁ ମଧୁପାନ କରେଇବା,
ଏବଂ ସମସ୍ତଙ୍କ ମନକୁ ମନମୁଗ୍ଧ କରି ଖୁସି କରିବା|
ନୂଆଁ ଲାଗେ ସମୟ,
ନୂଆଁ ଲାଗେ ମଣିଷ|