ସ୍ମୃତି ତୁମେ
ସ୍ମୃତି ତୁମେ
ସ୍ମୃତି ତୁମେ ଶୀତୁଆ ସଞ୍ଜର ସଳିତା
ସ୍ମୃତି ତୁମେ ଇନ୍ଦ୍ରଧନୁର ସପ୍ତରଙ୍ଗ,
ଅଚାନକ ଆସି ଆକସ୍ମିକ ଭାବେ
ମୋଠୁ ମୁହଁ ମୋଡ଼ି ଯାଅ ଦୂରେଇ ।
ମୁଁ ନିରବରେ ନୀରିଖେ ସ୍ମୃତି ତୁମକୁ,
ଯେବେ ନହୁଲି ନିଶାରେ ନିଛାଟିଆ ନଈର
ସୂଅ ର ସବାରୀରେ ସାତପର କରି ଯାଅ,
ନା ଫେରିବାର ପ୍ରତିଶ୍ରୁତି ଦିଅ
ନା ନିଜର ନାଆ ରେ ନେଇଯାଅ ।
ସ୍ମୃତି, ତୁମେ ଜାଣିଛ?
ଜୀବନ ଜୁଇରେ ପ୍ରତିଥର ଜଳେ
ମୋ ଅନୁତପ୍ତ ଅମାନିଆ ମନ,
ତଥାପି, ମୁଁ ବଞ୍ଚିଛି ତୁମ ସହ
ଝୁରି ଆଉ ଝରେଇ ଝାଞ୍ଜି ଲୁହ ।