STORYMIRROR

indira Satpathy padhi

Others

3  

indira Satpathy padhi

Others

ଅଭୁଲା ଦିନ

ଅଭୁଲା ଦିନ

1 min
322


ଶୂନ୍ୟ ଗଗନରେ ଖଣ୍ଡ ଖଣ୍ଡ ମେଘ

ଘର୍ଷଣେ ସୃଷ୍ଟି ବିଜୁଳି,

ଝିପି ଝିପି ବର୍ଷା ଆଉ ମୁଁ ଏକାକୀ

ନିଛାଟିଆ ପଥେ ଥିଲି।


ନୀର ଓ ଡରରେ କମ୍ପିତ ଦେହଟି

ଖୋଜୁଲା ସାହାସ ହାତ,

ଏକାନ୍ତକୁ ଭାଙ୍ଗି ସାଥୀ ହୋଇ ଚାଲେ

ମୋର ଅବଶିଷ୍ଟ ବାଟ।


ଖୋଜୁଥିଲି ମୁଁ ଯେ ନିରୋଳା ରାସ୍ତାରେ

ଥରୁଟେ ପାଇବା ପାଇଁ,

ଯେତେ ଆସୁ ଝଡ଼ ଥିଲେ ତୁ ମୋ ସାଥେ

ଚାଲେ ଅଗ୍ରସର ହୋଇ ।


ସେଦିନ ସାଇତା ଟିକି ସ୍ମୃତି ମୋର

କଲେଜ୍ ଫେରିବା ବାଟେ,

ଦୁର୍ଘଟଣା ପାଇଁ ହଜନ୍ତା ଠିକଣା

ବନ୍ଧୁ! ନଥିଲେ ମୋ ସାଥେ ।


ରକ୍ଷା କବଚ ଯେ ସାଜି ମୋ ଦେହର

ମୋ ଜୀବନ ବଞ୍ଚାଇଲୁ,

କେମିତି ପାରିବି ଋଣ ସୁଝି ତୋର

ସାଙ୍ଗ ! ଥରୁଟେ କହିଲୁ ।


ଅଭୁଲା ଦିନର ଅମୂଲ୍ୟ ମୁହୂର୍ତ୍ତ

ରଚିଲୁ ପ୍ରାଣ ବଞ୍ଚାଇ,

ତନୁ ଥିବା ଯାଏ ସାଇତି ରଖିବି 

ନିଃସ୍ୱାର୍ଥର ସ୍ନେହ ପାଇଁ.......


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍