STORYMIRROR

indira Satpathy padhi

Abstract

4  

indira Satpathy padhi

Abstract

ଲୁହ ଭିଜା ସ୍ବପ୍ନ

ଲୁହ ଭିଜା ସ୍ବପ୍ନ

1 min
401


ଲେଖୁଛି ଆଜି ମୁଁ ଲେଖନୀ ମାଧ୍ୟମେ

ଜୀବନର କିଛି କଥା,

ପଦ ପାଦେ ଛନ୍ଦ ହୁଏ ଯତିପାତ

ମୋ ଲୁହ ଭିଜା କବିତା......


ଛାତ୍ର ଜୀବନରୁ ନେଇ ମୁଁ ବିଦାୟ

ବଞ୍ଚିଛି ଘେନି ସେ ସ୍ମୃତି,

ସାଙ୍ଗ ସାଥି ମେଳ ଗୁରୁ ଶିକ୍ଷା ଦାନ

ରଖିବି ହୃଦେ ସାଇତି......


ଚାଲିବା ସମୟେ ଝୁଣ୍ଟି ମୁଁ ପଡ଼ିଲି

ବାଟ ରହିଗଲା ଅଧା,

ସାହାସ କରିଲି ପୁଣି ଯିବା ପାଇଁ

ତଥାପି ମିଳିଲା ବାଧା.....


କହି ମୁଁ ପାରୁନି ଆପଣାର ପାଶେ

ମନର ଅକୁହା କଥା,

ଦିବସ ରଜନୀ ସହିବାକୁ ହେବ

ଅନ୍ତର ଭିତର ବ୍ୟଥା........


ଚକ୍ଷୁ ପୋୟାଧି ରୁ ଝରୁଛି ଲୋତକ

ଭାବି କିଛି ପଛ କଥା,

ପଢ଼ିବି କେମିତି ଓଦା ଛନ୍ଦେ ଲେଖା

ମୋ ଲୁହ ଭିଜା କବିତା.......


ଆଶା ଆକାଂକ୍ଷା କୁ ମନରୁ ମାରିଲି

ଭୁଲିଲି ଅତୀତ ଛବି,

ଜୀବନ ରାସ୍ତାର ଦୁର୍ଘଟଣା ଭୁଲେ

ଖରାପ ସପନ ଭାବି.............   



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract