STORYMIRROR

indira Satpathy padhi

Romance Tragedy

3  

indira Satpathy padhi

Romance Tragedy

ହସିବାକୁ ଚାହେଁ

ହସିବାକୁ ଚାହେଁ

1 min
238


ଅତୀତର ଅମାନିଆ ମନଟି ପ୍ରେମର ଢେ଼ଉରେ

ନାଚି ନାଚି ଖୁସିର କୁଳେ ଥକି ପଡ଼ୁଥିଲା,

କେବେ ଅଭିମାନୀ ପ୍ରିୟା ସାଜୁଥିଲା                      ତ କେବେ ମୁଁହ ଫୁଲେଇ ବସୁଥିଲା,

ସେ ଜାଣି ଥିଲା କେହି ଜଣେ ଆସିବେ

ତା ଓଠରେ ଖିଏ ହସ ଉକୁଟାଇବାକୁ....

କିନ୍ତୁ, ସମୟ ସୂଅଟି ଭସେଇ ନେଇଛି

ଅଚିହ୍ନା ଓ ଅପରିଚିତ ର ତୀର ରେ

ନିତି ଲୁହର ଲୋହୁ ରେ ରକ୍ତାକ୍ତ ହେବାକୁ............


କୋମଳ ଅଧର ଟି ଅନୁତାପ ଅଶ୍ରୁ ଧାରାରେ

ବାରମ୍ବାର ଭିଜି ହସିବାର ଠିକଣା ହଜେଇଛି,

କିଛି କହିବାକୁ କି ହସିବାକୁ ଡରୁଛି

ହତାଶ ହୋଇ ନିଜକୁ ବାଧ୍ୟ କରୁଛି

ସେହି ଚିନ୍ତା ଓ ଲୁହ ସିନ୍ଧୁରେ ବୁଡ଼ି ରହିବାକୁ.....

କାରଣ ସେ ଜାଣିଛି ଯେ,

କେହି ଆସିବେନି ତା ଲୁହ ପୋଛିବାକୁ...........


ନିରୀହ ହୃଦୟ ଟି ବିରହର ଯନ୍ତ୍ରଣାରେ

ପ୍ରତିଦିନ ଛଟ ପଟ ହେଉଛି,

ଆଉ ସେହି ଛାତି ତଳୁ ବେଳେବେଳେ

ବୋଧହୁଏ କିଛି ଶବ୍ଦ ଲୁଚକାଳି ଖେଳେ,

ତା ସୁକୁମାରୀ ଇଚ୍ଛାକୁ ପ୍ରକାଶ କରି କହେ

ଥରୁଟିଏ , ମୁଁ ହସିବାକୁ ଚାହେଁ....................

                              



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance