STORYMIRROR

indira Satpathy padhi

Inspirational

3  

indira Satpathy padhi

Inspirational

ମୁନା ତୁ ଜାଣିଛୁ

ମୁନା ତୁ ଜାଣିଛୁ

1 min
247


ଜେଜେ କହୁଥିଲେ ମୁନା ତୁ ଜାଣିଛୁ

ସଂସାର ସ୍ନେହରେ ବନ୍ଧା,

ପିତା ମାତା ପୁଣି ଭାଇ ଭଉଣୀ ଯେ

ପରିବାର ଖିଏ ଛନ୍ଦା....


ସୁଖ ଦୁଃଖ ସବୁ ଛାତିରେ ଚାପନ୍ତି

ପରସ୍ପର ଖୁସି ଲାଗି,

ଅଭିଭାବକ ଯେ ପ୍ରେରଣା ସାଜନ୍ତି

ପିଲା ଭବିଷ୍ୟତ ପାଇଁ......


ଦିନ ଥିଲା ମୁନା ଖୁସି ଲହରିରେ

ଭାସେ ଯୌଥ ପରିବାର,

ଶାଗ ଭାତ ଏଠି ଏକାଠି ଖାଇଲେ

ସ୍ଵାଦ ଛପନ ଭୋଗ ର......


ଦିନ କି ହେଲାରେ ସଭିଏଁ ଧାଇଁଲେ

ଛୋଟ ପରିବାର ପାଇଁ,

ମାଆଠୁ ପୁଅକୁ ଜେଜେ ଠୁ ନାତିକୁ

ଅଲଗା କରନ୍ତି ଯାଇ......


ଦାଦା ଖୁଡ଼ି ସ୍ନେହ ସପନ ସାଜିଲା

ଅଚିହ୍ନା ମଣିଷ ଭାବି,

ମମି ଡାଡି ଡାକେ ମଧୁ ଝରିପଡ଼େ

ବାପା ବୋଉ old hobby ......


ମୁନା ତୁ ଜାଣିଛୁ କି ଯୁଗ ହେଲାରେ

ନାହିଁ ସେ କାଳର ବେଳ,

ଅତୀତ ପୃଷ୍ଠାର ଗପ ହୋଇଛିରେ

ସଂସାର ସଂସ୍କାର ମେଳ........      


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational