STORYMIRROR

indira Satpathy padhi

Romance

3  

indira Satpathy padhi

Romance

ସାଥୀ ! ସକାଳ ସଞ୍ଜରେ

ସାଥୀ ! ସକାଳ ସଞ୍ଜରେ

1 min
381

ଅଞ୍ଜୁଳାଏ ପ୍ରେମ

ରଙ୍ଗ ଦେଲ ଢାଳି

ମୋ ମନ ଅଗଣାରେ,

ଝୁରି ହୁଏ ନିତି

ସ୍ନେହ ଭରା ଧ୍ଵନି

ସାଥୀ ସକାଳ ସଞ୍ଜରେ


ଆଜି ନୁହେଁ କାଲି 

ଉଙ୍କି ମାର ନିତି

ପ୍ରୀତି ଭରା ହୃଦ କୋଣେ,

ବିକଳ ମନଟି

ଛୁଇଁବାକୁ କହେ

ସାଥୀ ସକାଳ ସଞ୍ଜରେ


କହିଦିଅ ତମେ

ଅନ୍ତରର ବାକ୍ୟ

ଓଠ ଦୋଟି ଖୋଲି ଥରେ,

ଦେଖିବାକୁ ନିତି

ବଧୂ ବେଶ ମୋର

ସାଥୀ ସକାଳ ସଞ୍ଜରେ


କଣେଇ ଚାହେଁ ମୁଁ

ଓଢ଼ଣୀ ଆଡ଼ରେ

ଭିଜିବାକୁ ପ୍ରେମ ନୀରେ,

କଥା ଦୁଇ ପଦ

ନିଜର କରିଛି

ସାଥୀ ସକାଳ ସଞ୍ଜରେ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance