STORYMIRROR

indira Satpathy padhi

Abstract

2  

indira Satpathy padhi

Abstract

ନିଷ୍ପତି

ନିଷ୍ପତି

1 min
278

ଜୀବନର ବାଟେ

ଆସେ କେତେ ଝଡ଼

ଛାତି ଦାହୋଲାଇ ଦିଏ,

ଶେଷ ଠିକଣା ର 

ବାଟ ଖୋଜୁ ଖୋଜୁ

ଏଠି ରାତି ପାହିଯାଏ


ଓଧରରୁ ଝରା

ହସର ମୁକ୍ତା ଟି

ଦୁଃଖେ ଲୁହା ହୋଇଯାଏ,

ଅଶ୍ରୁଳ ଧାର ଟି

ନରମ ଗାଲ କୁ

ଅଧିକାରେ ସ୍ପର୍ଶୁଥାଏ


ଏହି ଚଲାପଥେ

କ୍ଳାନ୍ତ ବାଟୋଇ ମୁଁ

ଯଦି କେବେ ଥକି ପଡ଼େ,

ମନ ଦୃଢ଼ କରି

ସାହାସ ବାନ୍ଧିଲି

ଚାଲିବାକୁ ପୁଣି ଥରେ


ଜୀବନ ମୋଡ଼ ରେ

ନିଷ୍ପତି ନେଇଛି

ପରିବାର ଖୁସି ଲାଗି,

ପଛ କଥା ଭୁଲି

ଆଗକୁ ଚାଲିବି

ନିଶ୍ଚିନ୍ତାରେ ହସି ହସି

                 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract