STORYMIRROR

indira Satpathy padhi

Tragedy

3  

indira Satpathy padhi

Tragedy

ମୋତେ କ୍ଷମା କର

ମୋତେ କ୍ଷମା କର

1 min
304


ବାପା ମାଆ ମୋର ଚଳନ୍ତି ଠାକୁର

ବିଳମ୍ବରେ ବୁଝି କି ଲାଭ କଲି,

ପ୍ରତି ପଦ ମୋତେ ତ୍ୟକ୍ତ ଲାଗୁଥିଲା

କ୍ରୋଧରେ ବାରମ୍ବାର ଆଘାତ ଦେଲି,

ବାଟବଣାକୁ ପଥ ଦର୍ଶାଉଥିଲେ

ତଥାପି, ଅବାଟରେ ମୁଁ ପାଦ ଦେଲି.....

ଜାଣିଛି, ସମୟ ମୋତେ ସନ୍ତୁଳାଇ

ଗର୍ବର ଗନ୍ତାଘରକୁ ଠେଲି ଦେଇଥିଲା,

ହଁ, ମୁଁ ଆଜି ଅନୁତାପ କରୁଛି

ମୋ ଭୁଲକୁ ସ୍ବୀକାର କରୁଛି,

ଦୁହିଁଙ୍କ ପାଦପଦ୍ମେ ଭକ୍ତି ପ୍ରସୁନ ଅର୍ପି

କ୍ଷମା ପାଇଁ ଭିକ୍ଷା ମାଗୁଛି...............


ଦିନ ଥିଲା ପ୍ରେମକୁ ପୂଜୁଥିଲି

ଦିନ ଆସିଲା ପ୍ରେମରେ ମୁଁ ପ୍ରତାରଣା କଲି,

ବିରହ ଜ୍ୱାଳାରେ ଛଟପଟ ହେଇ ମଧ୍ୟ

ଅହଙ୍କାର ଅଗ୍ନିରେ ହୃଦୟକୁ ଜାଳି ଦେଲି.....

ହଁ, ମୁଁ ଠକେଇଛି ଆଉ ଚିରଦିନ ପାଇଁ ଠକି ଯାଇଛି ।

ପ୍ରେମର ପରିଭାଷା ପଢିବାକୁ ଚାହିଁଲେ

ମୋତେ ଘୃଣାର ଵହ୍ନିରେ ଜଳିବାକୁ ପଡ଼ୁଛି ।

ହେ ଈଶ୍ୱର ! ଏ ପାପୀର ମହାପାପକୁ

ଥରୁଟିଏ କ୍ଷମା କର............


ଅଶ୍ରୁ ଅଞ୍ଜୁଳାରେ ଅଭିଷେକ କରି ମୁଁ

ଅନୁତାପ ଭୋଗ ଅର୍ଜୁଛି,

ଯଦିଓ ମୋ ଭୁଲର ପ୍ରାୟଶ୍ଚିତ ନାହିଁ

ତଥାପି, ମୁଁ କାନି ପାତି ଭିକ୍ଷା ମାଗୁଛି।

ହେ ଚକାଆଖି ! ସବୁ ଦେଖି ଅଣ ଦେଖା କରନା

ମୋ ଭୁଲ ପାଇଁ ମୋତେ ଦଣ୍ଡ ଦିଅନା।

ନିତି ଜଳିବା ଅପେକ୍ଷା ତୁମ ପ୍ରଦୀପର ସଳିତା କରିଦିଅ

ଏ ପାପୀକୁ ପ୍ରାୟଶ୍ଚିତ ପାଇଁ ସୁଯୋଗ ଦିଅ ।

ହେ ନୀଳାଚଳିଆ ମୋ କଳା ଠାକୁର

ଏ କ୍ରୋଧୀ ପ୍ରତାରକକୁ ଥରେ କ୍ଷମା କର............


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy