STORYMIRROR

Satyabati Swain

Tragedy

3  

Satyabati Swain

Tragedy

ଭୋକର ସାହିତ୍ୟ

ଭୋକର ସାହିତ୍ୟ

1 min
34


ଭୋକ

ଖୋଜୁଛି ଭାତ

ଭୋକ

ଟ୍ରେନ ତଳେ ବୁଜୁଳାଏ ମାଂସ

ପୋଲିସ୍ ମାଡ଼ରେ

ଭୋକର

ରକ୍ତ ପିଉଛି ରାସ୍ତା।


ଭୋକ ମରି ପଡିଛି 

ଷ୍ଟେସନରେ

ମଲା ମା କୁ ଡାକୁଛି

ଆଉ ଜଣେ

ଅବୋଧ ଭୋକ।


ଘଣ୍ଟ ବାଡ଼ିଆ

ଦୀପ

କି ବନ୍ଦେର ଦେଶପ୍ରେମ

ଦେଖି ପାରୁନି

ଭୋକର ଆଁ

ଭୋକ ଗାଁ ଶ୍ମଶାନରେ

ଶବ ପୋଡ଼ା ହେବା ପାଇଁ

ଟିକେ ବି ଜାଗା ନାହିଁ

କଲମ କେମିତି

କରିବ ଯୁଦ୍ଧ

କାଳିର ବି ତ

କୋମଳ ଛାତିଟେ ଅଛି!


ପଙ୍ଗପାଳର ମଧ୍ୟ

ପୋଡୁଛି ପେଟ

ରକ୍ତ ଲେଖୁଛି ଚିଠି

ଫୋଟକା ଫାଟି ଦଲ ଦଲ

ଆଖିରେ ଭାତ ମୋହ

ଖୋଜୁଛି ସ୍ୱର୍ଗର ଠିକଣା

ବଞ୍ଚିବା ମୋହ

ସାଇକେଲ୍ ରେ ପନ୍ଦର ବର୍ଷ ଝିଅ

ଶ୍ରବଣ କୁମାର

ବୋହୁ ଆଣୁଛି ବାପାକୁ

ଦୂର୍ ଦୁରାନ୍ତରୁ।


କଲମ ଛାତିକୁ

ଫଟାଇ

ବହୁଛି

ଭୋକର ଦାଦନ ନଈଟେ

ସମୟ ଇତିହାସ ସ୍ଥାଣୁ।


ଅସହାୟ କାଗଜ

କଲମ

ଏବଂ

ହାତ

କଣ ଲେଖିବ

କା ପାଇଁ ଲେଖିବ

ପେଟ ନାହିଁ ତ

ପଢିବ କିଏ?

ଭାତ ନାହିଁ ତ

ନାହିଁ ସାହିତ୍ୟ।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy