ଦୂରତା
ଦୂରତା


ଏତେ ବି ନ ଥିଲା ତୋ ମୋ ଭିତରେ
ଯେତିକି ଥିଲା ଜ୍ୟାମିତିର ଉପବିଦ୍ୟାରେ
ଯେତିକି ଥିଲା ଖ୍ରୀଷ୍ଟପୂର୍ବ ଆଉ ଖ୍ରୀଷ୍ଟାବ୍ଦ ମଧ୍ୟରେ
ଯେତିକି ଥିଲା ସାହିତ୍ୟର ସେଇ ସାରଳାର୍ଥ ରେ
ତ୍ରିକୋଣମିତିର ଥିଟା, ବିଟା ଓ ଗାମାରେ
ଯେତିକି ଥିଲା ବେବିଲୋନର ଉପତ୍ୟକାରେ
ଏବେ ତୁମେ ବିଜ୍ଞାନର ସେଇ ଅଲୋକବର୍ଷ
ଆଉ ମୁଁ ସାହିତ୍ୟର ଅଭିଶପ୍ତ ଭଅଁର ।