ସାଥୀ
ସାଥୀ


ସନେଟ-
ତୁମ ସାଥେ କଟିଥିଲା କେତେ ଦିନ ରାତି
ବାଟ ଚାଲୁଥିଲି ସାଥୀ ନ'ଥିଲା ମୋ" ଭୀତି ।
ଗାଉଥିଲି ତୁମ ସାଥେ ସୁମଧୁର ଗୀତି
ଯାହା ଆଜି ରହିଗଲା ମନେ ହୋଇ ସ୍ମୃତି ।।
ଉଙ୍କିମାରେ କୁଆଁତାରା ପାହିଯାଏ ରାତି
ବଗିଚାରେ ଫୁଲ ଫୁଟେ ଉଡେ ପ୍ରଜାପତି ।
ଡେଣା ଝାଡ଼ି ଝାଡ଼ି ପୁଣି ଉଡିଯାଏ ପକ୍ଷୀ
ଅମା ରାତି ମାଡ଼ିଆସେ ଲାଗିଯାଏ ଆଖି ।।
ତୁମେ କିନ୍ତୁ ଫେରିବନି ଆଉ କେବେ ଦିନେ
ପାହାନ୍ତା ପ୍ରହର ଅବା ଗୋଧୂଳି ଲଗନେ ।
ଏବେ ବି' ଲହଡି ଭାଙ୍ଗେ ଦେହେ ଯଉବନ
ଖୋଜିଲେ ଫେରେକି ଆଉ ସେ'ହଜିଲା ଦିନ।।
ହଜିଲା ଅତୀତ କୁହ କିଏ ସେ' ପାଇଛି
ତଥାପି ତୁମକୁ କାହିଁ ନିତି ମୁଁ" ଝୁରୁଛି ।