STORYMIRROR

Satyabati Swain

Tragedy

3  

Satyabati Swain

Tragedy

ଅସହ୍ୟ

ଅସହ୍ୟ

1 min
11.4K


ତୁମେ ମୋତେ ଯେଉଁ

ନଈ ଏ ପାଖେ ଛାଡିଥିଲ

ମୁଁ ସେଇଟି

ସେମିତି

ଅନେଇଁ ବସିଛି।


ଅନେକ ଡଙ୍ଗା

ମୋତେ

ସେପଟକୁ ନେବାକୁ ଡାକିଛନ୍ତି

ମୁଁ କିନ୍ତୁ 

ତୁମକୁ ଅପେକ୍ଷା ରଖିଛି।


ତୁମେ ଆସିବ

ମୋ ହାତ ଧରି ନେଇ ଯିବ

ଆହୁଲା ଥିବ ତୁମେ ହାତ

ମୁଁ ଥିବି ଡଙ୍ଗାରେ

ତୁମେ ଗାଉଥିବ ଗୀତ

ଆହୁଲା ମାରି ମାରି

ମୁଁ ହସୁଥିବି କିରି କିରି

ତୁମେ ମୋ ଗାଲ

ଟିପି ଦେଉଥିବ

ନଈ ହସୁଥିବ

ମୂର୍କି ମୂର୍କି

ମୋ ଲାଜୁଆ ଆଖିର ଫଟୋ ଉଠାଉ ଥିବ

ବଢ଼ିଲା ନଈ ସୁଅ।


ମୁଁ କହିବି

ଗପଟିଏ କୁହ

ତୁମେ ମୋତେ ଛାଡିଗଲା ପରେ

କେଉଁଠି ହସିଛ

ବସିଛ

କେବେ ମୋତେ ମନେ ପକେଇ

ଛାତିକୁ ଚାପି ଧରିଛ

ଆଉ କାକୁ

ନିବିଡ଼ ଆଶ୍ଳେଷ ଦେଇଛ

ସେଠି ଗୋଟେ

ଚାରା ଗଛ ଲଗେଇଛ

ଦି ପତ୍ର ହେଲାଣି କୁଆଡେ!!


ମୁଁ ଭାଗ ବାଣ୍ଟି ପାରିବିନି

ଜମା

ମୋ ଭାଗର ଖୁସି

ଯାହା ଈଶ୍ୱର ମୋ ଅଣ୍ଟିରେ

ଦେଇଥିଲେ ଭରି

ମୁଁ ସେମିତି ଅନେଇଁଛି

ବିଶ୍ୱାସର ଦୀପ ଜାଳି

ତୁମେ ଆସିବ

ତୁମେ ନଈକୁ ହସଟେ ଫିଙ୍ଗିବ

ମୋତେ ବୋକି କହିବ

ଦୁନିଆଁ ବଦଳି ଗଲାଣି

ଏ ସବୁ ମାମୁଲି କଥା ବୁଝେଇବ

ମୁଁ କହିଛି

କହୁଛି

ନା ନା ନା

ଭାଗ ଦେବିନି ଦେବିନି ବିଲକୁଲ୍।


ସତରେ ତୁମେ ଆସିବ ତ!!!

ଚାରାର ମୋହ

ନୂଆ ଛାତିର ତାତି ଛାଡି!!


ମୁଁ କିନ୍ତି ଅପେକ୍ଷା ରଖିଛି

ତୁମେ ଆସିବ

ଛାତି ତାତିର ମୁହଁରୁ ମୁକୁଳି

ମୋ ବିଦଗ୍ଧ ଛାତି ପାଇଁ

ମୋ ପ୍ରେମର ବିଶ୍ଵାସ ପାଇଁ

ତୁମକୁ

ନଈ ଏ ପାଖେ ଅପେକ୍ଷାରତ

ଏପାଖେ ଚାରା ନୁହଁ

ତୁମ କ୍ଲୋନ୍

ଗଛଟିଏ

ଅପେକ୍ଷାରେ

ପାପା ଡାକିବା ଭୋକ ଅପେକ୍ଷାରେ।


ଆସି ଯାଅ,ପ୍ଲିଜ଼

ଅସହ୍ୟ 

ତୁମେହିଁନ

ଏ ପୃଥିବୀ ମୋ ପାଇଁ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy