STORYMIRROR

Alhadini Panigrahi dash

Tragedy

3  

Alhadini Panigrahi dash

Tragedy

ପିଆସୀ

ପିଆସୀ

1 min
12.2K

ଶୁଷ୍କ ମରୁର ପଥିକ ମୁଁ ଗୋ

         ଚତୁର୍ଦ୍ଦିଗେ ଖାଲି ବାଲି

ପିଆସୀ ମୁଁ ଆଜି କଣ୍ଠରେ ମୋର

           ଦିଅ ଟୋପେ ଜଳ ଢାଳି ।।୧ାା


କେତେ ଯେ ବ୍ୟାକୁଳ ମୋହରି ଅନ୍ତର

           ବିନ୍ଦୁଏ ଜଳ ପାଇଁ

ତୃଷାର୍ତ୍ତ ପ୍ରାଣର ନିରବ ଯନ୍ତ୍ରଣା

         କେହି ତ ବୁଝନ୍ତି ନାହିଁ।।୨ାା


ମରୁଦ୍ୟାନ ଆଶେ ଧାଇଁଛି ମୁଁ ଗୋ

          କର୍କଶ ବାଲି ପରେ

ମରିଚିକା ଏ ଯେ ଏଇଥିରୁ ସତେ

          ଜଳ କିବା ମିଳିପାରେ ?।।୩ାା


ତଥାପି କାହିଁକି ଫେରାଇ ପାରୁନି

         ଅବୁଝା ଆଗୁଆ ପାଦ

ଯଦିଓ ଜାଣିଛି ଜଳ ପାଇବିନି 

           ହେବିନି କେବେ ସଫଳ।।୪ା 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy