STORYMIRROR

Raja Sekhar CH V

Abstract Tragedy Others

3  

Raja Sekhar CH V

Abstract Tragedy Others

ଭୂତାଣୁ

ଭୂତାଣୁ

1 min
40

ନିଜକୁ ଆଗେ ବଞ୍ଚାଅ ଭାଇ,

ଲୋକଙ୍କୁ ପୁଣି ବଞ୍ଚାଅ ଭାଇ,

ହାତକୁ ହାତ ସହ ନ ମିଶାଇ,

ଘରେ ହିଁ ରୁହନ୍ତୁ ମୋର ଭାଇ ।୧।


ପ୍ରାଣ ସଦା ଅମୂଲ୍ୟ ଭାଇ,

ଏବେ ଯେ ବୁଲିବାନି ଭାଇ,

ରୋଗ ଆଗେ ଯାଉ ଭାଇ,

ମାଗୁଣି ଶୁଣନ୍ତୁ ମୋର ଭାଇ ।୨।


ଭଲଦିନ ପୁଣି ଆସିବେ ଭାଇ,

କଷ୍ଟ ଟିକେ ସହିଯାଆନ୍ତୁ ଭାଇ,

ତୋର ଶରୀରରେ ସ୍ଥାନ ପାଇ,

ଭୂତାଣୁ ସବୁପଟେ ଡେଇଁବ ଭାଇ ।୩।


ହାତ ସଫା ରଖିବା ଭାଇ,

ଘର ସଫା ରଖିବା ଭାଇ,

ଗାଆଁ ସଫା ରଖିବା ଭାଇ,

ସହର ସଫା ରଖିବା ଭାଇ ।୪।


ପରେ ମଉଜ କରିବା ଭାଇ,

ହାଟକୁ ପରେ ବୁଲିବା ଭାଇ,

ଜଗାଙ୍କୁ ଆଗେ କହିବା ଭାଇ,

ବୁଝିବେ ସେ ଆମ ଦୁଃଖ ଭାଇ ।୫।


ଔଷଧ ଏବେ କିଛି ନାହିଁରେ ଭାଇ,

ଲମ୍ବା ଯୁଦ୍ଧ ଏବେ ଅଛି ରେ ଭାଇ,

ଚିକିତ୍ସକଙ୍କୁ ଏବେ ବଞ୍ଚାଇବା ଭାଇ,

କଥା କହିଲି ଏହି ଗୀତ ଗାଇ ଗାଇ ।୬।


ଭୂତାଣୁକୁ ତ ହରାଇବା ଭାଇ,

କାଳିଆଙ୍କର କୃପା ମିଳୁ ଭାଇ,

ରଥଯାତ୍ରା ଯେ ଦେଖିବା ଭାଇ,

ସୁନାବେଶ ପୁଣି ଦେଖିବା ଭାଇ।୭।


ରାସ୍ତା ଗଳି ଘାଟରେ ଖଟି କରିବାନି ଭାଇ,

ଜନଗହଳି ଭିତରେ ଆଉ ପଶିବାନି ଭାଇ,

ଏଭଳି ଭୁଲ ଏବେ ଆଉ କରିବାନି ଭାଇ,

ଜୀବନ ଚାଲିଗଲେ ଆଉ ଆସିବନି ଭାଇ ।୮।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract