STORYMIRROR

DILIP KUMAR SAHOO

Tragedy

3  

DILIP KUMAR SAHOO

Tragedy

ଘଣ୍ଟାଏ ବର୍ଷିଲେ ଅଣ୍ଟାଏ ପାଣି

ଘଣ୍ଟାଏ ବର୍ଷିଲେ ଅଣ୍ଟାଏ ପାଣି

1 min
12.4K

   

    

    ଘଣ୍ଟାଏ ବର୍ଷିଲେ ଅଣ୍ଟାଏ ପାଣି

    ଉବୁଟୁବୁ ହୁଏ ଏ ରାଜଧାନୀ ।।

    ଖାଲଖମା ପୁଣି ବିଲ ଗହୀର

    ପୋତା ହୋଇ ଏଠି ହେଉଛି ଘର ।।  

    ବିନା ଯୋଜନାରେ ଘର ହେଉଛି

     ପାଣି କାଦୁଅକୁ ଡର ଲାଗୁଛି ।।

     ପାଣି ଯିବାପାଇଁ ନାହିଁତ ବାଟ

     ଘରେ ପସି ପାଣି ଛୁଉଁଛି ଛାତ ।।

    ବାଟ ପାଏନାହିଁ ବରଷା ଜଳ

    ଉଛୁଳେ ନର୍ଦ୍ଦମା ଉଛୁଳେ ନାଳ ।।

    ଉଆସ ପରିକା ହୋଇଛି ଘର

    ବରଷା ହୋଇଲେ ଆସେ ଯୁଆର ।।

    ତଳ ମହଲାରେ ରୁହନ୍ତି ଯିଏ

    କଲବଲ ସବୁ ହୁଅନ୍ତି ସିଏ ।। 

    ଲାଗଇ ଯେମିତି ଆସିଛି ବଢି

    ବାଟଘାଟ ସବୁ ଯାଉଛି ବୁଡି ।।

     ଚାଲିପାରେ ନାହିଁ ଗାଡି ମଟର

     ଉଛନ ହୁଅଇ ସାରା ସହର ।।

    ବସ୍ତି ବାସିନ୍ଦାଙ୍କ ମନ୍ଦ କପାଳ

    ବରଷା ଆସିଲେ ଆସଇ କାଳ ।।

    ଘରେ ପସି ପାଣି ସବୁ ଉଜାଡେ

    ଭୋକ ଉପାସରେ ଜୀବନ ଷଢେ ।।

    କହିବା କାହାକୁ ଶୁଣିବ କିଏ

   କଲା କରମରୁ ଏମିତି ହୁଏ ।।

   ପାଣି ଯିବା ବାଟ ନହେଲେ ମେଲା

  ଫି ବର୍ଷ ହେବ ଏଇ ଝାମେଲା ।।


Rate this content
Log in

Similar oriya poem from Tragedy