STORYMIRROR

indira Satpathy padhi

Classics

3  

indira Satpathy padhi

Classics

ଗୁରୁ

ଗୁରୁ

1 min
416

ଗୁରୁ ବ୍ରହ୍ମା ଗୁରୁ ବିଷ୍ଣୁ ଗୁରୁ ପରମେଶ୍ଵର

ଗୁରୁ ସାକ୍ଷାତ୍ ପରମବ୍ରହ୍ମ,

ବିନା ଗୁରୁରେ ଅନ୍ଧାରୁ ଆଲୁଅକୁ

ପହଞ୍ଚିନି ଜଗତର ସଫଳ ପଥିକ

ଅଜ୍ଞାନ କୁ ଜ୍ଞାନିରେ ରୂପାନ୍ତର କରି

ଗଢ଼ନ୍ତି ଧରିତ୍ରୀ ର ଭବିଷ୍ୟତ,

ବାଟବଣା କୁ ସତ୍ୟର ମାର୍ଗ ଦର୍ଶାଇ

ମୁଣ୍ଡେ ଥୁଅନ୍ତି ଆଶୀର୍ବାଦ ର ହାତ

ଆଜି ନୁହେଁ କାଲି ଚିରଦିନ ପାଇଁ

ଗୁରୁ ଶିଷ୍ୟର ସଂପର୍କ ଅତୁଟ,

ଭୁଲି ହେବ ନାହିଁ ଭୁଲରେ ବି କେବେ

ତାଙ୍କ ଅନୁଶାସନ ର ଦଣ୍ଡ

ମାଆ ପ୍ରଥମ ଗୁରୁରେ ବିଦିତ 

ଅଙ୍ଗୁଳି ଇଙ୍ଗିତେ ଶିକ୍ଷା ଦିଅନ୍ତି,

ଦ୍ଵିତୀୟ ଗୁରୁ ଅଟନ୍ତି ପିତା

ସ୍ବପ୍ନ ସାକାର ପାଇଁ ପ୍ରେରଣା ପ୍ରଦନ୍ତି

ତୃତୀୟ ଗୁରୁ ଯେ ଶିକ୍ଷକ ଅଟନ୍ତି

ଆଶାର ଦେଶକୁ ଆଗେଇ ନିଅନ୍ତି,

ପାରିବାନି କେବେ ଗୁରୁ ଋଣ ସୁଝି

ଗୁରୁ ଦକ୍ଷିଣା ନେବାକୁ ବିନତି

                         


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics