STORYMIRROR

indira Satpathy padhi

Classics

3  

indira Satpathy padhi

Classics

ସ୍ନେହ ଡୋରି

ସ୍ନେହ ଡୋରି

1 min
271

କୁନି ପାଦ ଟିକୁ ବସୁନ୍ଧରା କୋଳେ ଥାମି ଦେଇ

ନୂଆ ରାଇଜକୁ ବାରିବାକୁ ଚେଷ୍ଟା କଲି,

ମାଙ୍କ ପଣତ ଆବରଣେ ରହି 

କ୍ରମଶଃ, ଅଚିହ୍ନା ମୁହଁର ପରିଚୟ ମାଗିଲି

ହଁ, ଚିହ୍ନିଲି ମୁଁ ମୋ ଆତ୍ମୀୟ ମାନଙ୍କୁ,

ମାଙ୍କ ସ୍ନେହ ଭରା ଇଙ୍ଗିତରୁ

ଜାଣିଲି, ଯେଉଁ ସ୍ନେହ ଡୋରି ବାନ୍ଧି ରଖିଛି ମୋତେ

ସେ ହେଉଛି, ସୁଖ ଦୁଃଖ ରେ ଗଢା ମୋ ପରିବାର


ସମୟ ସ୍ରୋତରେ ହସ ଖୁସି ନାଆ ଟିକୁ

 ମାଝୀ ରୂପୀ ବାପା କୂଳ ଯାଏ ନିଅନ୍ତି,

ମମତା ବନ୍ଧନେ ମାଆ ପିଲାର ଖୁସି ପାଇଁ

ନିଜ ବ୍ୟଥା ପାଶୋରି କର୍ମକୁ ଆପଣାଏ...

ଝଡ଼ ଆସେ ସତ, କିନ୍ତୁ ମୂରବୀ ମଥା ପାତି ସହି ଯାଆନ୍ତି

ପରିବାର ପ୍ରେମ ଭାରି ମିଠା

ଶାଗ ଭାତ ରେ ଛପନ ଭୋଗର ସ୍ଵାଦ, ଆହାଃ କି ମନଲୋଭା

ଏଠି ସଭିଏଁ ନିଜର , କାରଣ ଇଏ ଆମ ପରିବାର

                             


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics