STORYMIRROR

Laxmi kanta Majhi

Fantasy Others

3  

Laxmi kanta Majhi

Fantasy Others

ବୁଢ଼ୀ ରେବତୀ

ବୁଢ଼ୀ ରେବତୀ

1 min
220

ଖୋଲା ଆକାଶ ତଳେ

ନୟନୁ ଧାର ଧାର ଅଶ୍ରୁ ଛୁଟି ଆସେ

ମନକୁ ମନେ ପଚାରେ

ବାବୁ ରେ କେବେ ଆସିବୁ ମୋ କୋଳେ


ସୋନା ମା ଆସି ପଚାରିଲା

କାଇଁ କାନ୍ଦୁଛୁ ଲୋ ବୁଢ଼ୀ

ପୁଅ ନ ଫେରିଲେ ନାଇ

ଆମେ ଅଛୁ ତୋ ପାଖେ ଦେଖା ରଖା କରିବା ପାଇ


ଧୁଡୁ ଧୁଡା ଚମ , ଧୋବ ଫର ଫର କେଶ

ଆଖି କୁ ନ ଦିଶେ ଭଲସେ , କ୍ରନ୍ଦନ ଭରା ହସ

ଅସ୍ପଷ୍ଟ ସ୍ୱରେ କହୁଛି ମୋ ପୁଅ ଯାଇଛି ବିଦେଶ


ତା ଆସିବା ବାଟ କୁ ଚାହିଁଛି 

ପଖାଳ ଆଉ ବଡ଼ିଚୁରା ପାଇଁ ବରାଦ ଦେଇଛି

ବଡ଼ ଚାକିରୀ ସେ ତ କରିଛି

ତା ପାଇଁ ମୁଁ ବଞ୍ଚିଛି


ସୋନା ବୋଉ କଥା ସବୁ ଶୁଣି 

ହସି ଦେଇ ଗଲା ଶୁଣି

ମନେ ଭାବେ ବୁଢ଼ୀ ହେଲାଣି ବାୟାଣୀ


କେବେ ଖରା, ବର୍ଷା ପୁଣି

ଶୀତ କାକର ଖାଇ ଖାଇ

ତା ଦେହ ଯେମିତି ପଥର 

ଆସିବ ପୁଅ, ମା ମନ ଦୟାର ଝର


କେତେ କଷ୍ଟେ ପାଳି ପୋଷି ବଡ କରିଛି

ତାର ପାଠ ପଢିବା ପାଇଁ 

ନିଜେ ବାର ଦୁଆର କାମ କରିଛି

କଣ ମୁଁ ଆଜି ତା ପାଇଁ ଅଦରକାରୀ ହୋଇଛି


ବାବୁରେ କେତେ ଶୁଣିବି

ସାହି ପଡ଼ିଶାଙ୍କ କଥା

ତୋ ବାପା ଚାଲିଗଲା ପରେ ଜୀବନେ ମୁଁ ଏକା


ଶରୀର ଛାଡିଲା ପରେ ବି 

ଅପେକ୍ଷା କରିଥିବି

ତୋ ମୁଖାଗ୍ନି ପାଇ ଚାଲିଯିବି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy