ବୁଢ଼ୀ ରେବତୀ
ବୁଢ଼ୀ ରେବତୀ
ଖୋଲା ଆକାଶ ତଳେ
ନୟନୁ ଧାର ଧାର ଅଶ୍ରୁ ଛୁଟି ଆସେ
ମନକୁ ମନେ ପଚାରେ
ବାବୁ ରେ କେବେ ଆସିବୁ ମୋ କୋଳେ
ସୋନା ମା ଆସି ପଚାରିଲା
କାଇଁ କାନ୍ଦୁଛୁ ଲୋ ବୁଢ଼ୀ
ପୁଅ ନ ଫେରିଲେ ନାଇ
ଆମେ ଅଛୁ ତୋ ପାଖେ ଦେଖା ରଖା କରିବା ପାଇ
ଧୁଡୁ ଧୁଡା ଚମ , ଧୋବ ଫର ଫର କେଶ
ଆଖି କୁ ନ ଦିଶେ ଭଲସେ , କ୍ରନ୍ଦନ ଭରା ହସ
ଅସ୍ପଷ୍ଟ ସ୍ୱରେ କହୁଛି ମୋ ପୁଅ ଯାଇଛି ବିଦେଶ
ତା ଆସିବା ବାଟ କୁ ଚାହିଁଛି
ପଖାଳ ଆଉ ବଡ଼ିଚୁରା ପାଇଁ ବରାଦ ଦେଇଛି
ବଡ଼ ଚାକିରୀ ସେ ତ କରିଛି
ତା ପାଇଁ ମୁଁ ବଞ୍ଚିଛି
ସୋନା ବୋଉ କଥା ସବୁ ଶୁଣି
ହସି ଦେଇ ଗଲା ଶୁଣି
ମନେ ଭାବେ ବୁଢ଼ୀ ହେଲାଣି ବାୟାଣୀ
କେବେ ଖରା, ବର୍ଷା ପୁଣି
ଶୀତ କାକର ଖାଇ ଖାଇ
ତା ଦେହ ଯେମିତି ପଥର
ଆସିବ ପୁଅ, ମା ମନ ଦୟାର ଝର
କେତେ କଷ୍ଟେ ପାଳି ପୋଷି ବଡ କରିଛି
ତାର ପାଠ ପଢିବା ପାଇଁ
ନିଜେ ବାର ଦୁଆର କାମ କରିଛି
କଣ ମୁଁ ଆଜି ତା ପାଇଁ ଅଦରକାରୀ ହୋଇଛି
ବାବୁରେ କେତେ ଶୁଣିବି
ସାହି ପଡ଼ିଶାଙ୍କ କଥା
ତୋ ବାପା ଚାଲିଗଲା ପରେ ଜୀବନେ ମୁଁ ଏକା
ଶରୀର ଛାଡିଲା ପରେ ବି
ଅପେକ୍ଷା କରିଥିବି
ତୋ ମୁଖାଗ୍ନି ପାଇ ଚାଲିଯିବି ।
