STORYMIRROR

Laxmi kanta Majhi

Others

3  

Laxmi kanta Majhi

Others

ଅଭୁଲା ସ୍ମୃତି

ଅଭୁଲା ସ୍ମୃତି

1 min
383


ସାଗର ବକ୍ଷ ଭିତରେ 

ତାରଙ୍ଗାୟିତ ଜଳରାଶି

ଉଡୁପ ଛାୟାରେ

ସତେ ଯେମିତି ରୂପରଙ୍ଗଶି


    ଆନ୍ଦୋଳିତ କରି ହୃଦୟ

    ମନ ଟାଣି ନେଇଯାଉଛି

    ଝାପ୍ସା, ଅନ୍ଧାର ପ୍ରାୟ

    ନୀରେ ଉଡୁପ ହଲି ହଲି ଆସୁଛି


ପବନ କି ଶାନ୍ତି ଦେଉଛି

ଜୀବନ ତା ପାଇଁ ଅଛି

ସ୍ମୃତି ସବୁ ମନେ ପଡି ଯାଉଛି

ସମ୍ପର୍କ ଯେ ଜଡ ପାଲଟି ଯାଇଛି


    ଅନ୍ଧାରେ ଅନଳ ଆକର୍ଷିତ

    କୀଟ, ପତଙ୍ଗ ଭ୍ରମିତ

    ଲୋଭେ ଯାନ୍ତି ଦେଖିବା ପାଇଁ ତ

    ଅଙ୍ଗାର ପାଉଁଶ ନିଶ୍ଚିତ


ଦୂରେ ବହୁ ଦୂରେ 

ଆଲୋକ ଦିବ୍ୟ ରଶ୍ମି

ସତେ ଇଙ୍ଗିତ କରେ

ବାଟକୁ ଚାଲି ଆସ କହି......   

ଖୋଲି ଚକ୍ଷୁ ରଶ୍ମି


   ବସିଛି ବାଲି ଉପରେ

   ହୃଦୟ ଭାବନା ଭାଷା

   ଶୁଣିବାକୁ ନାହିଁ କେହି ପାଖରେ

   କିଏ ବୁଝିବ ପ୍ରେମର ପରିଭାଷା



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍