ଆଜି ମୁଁ ସେଇ ରଜନୀ
ଆଜି ମୁଁ ସେଇ ରଜନୀ
ଆଜି ମୁଁ ସେଇ ରଜନୀ
ଅନ୍ଧାର ଅମାବାସ୍ୟାର କରୁଣ କାହାଣୀ
ନାହିଁ ଚନ୍ଦ୍ରମାର ଶୀତଳତା , ଅଛି ମନେ ଜ୍ୱାଳା
ଉପାୟ ନାହିଁ ଉପଶମତା, ଘୋରିଛି ନିସ୍ତବ୍ଧତା
ଆଜି ମୁଁ ସେଇ ରଜନୀ
ମନୋଜା ସାଜିଛି ପ୍ରସ୍ଥର ,
ନାହିଁ ତାର ଉତ୍ତରଆଜି ମୁଁ ସେଇ ରଜନୀ
କେହି ନୁହେଁ ତାହାର , ହୋଇ ନାହିଁ କାହାର
ଆଜି ମୁଁ ସେଇ ରଜନୀ
କ୍ଷଣିକ ସମୟ , ବୋଧେ ଅପବ୍ୟୟ
ହରାଇଛି ଲୟ , ଶିଥିଳ ହୋଇଛି କାୟ
ଆଜି ମୁଁ ସେଇ ରଜନୀ
ଭ୍ରମର ଯେ ମଧୁଷୋସି ,ଉଡ଼ିଗଲା ହୋଇ ଖୁସି
ସାକ୍ଷୀ ଶପ୍ତର୍ଷି , ନିରେ ମୀନ ଜାଲେ କଣ୍ଟା ବନିସୀ
ଆଜି ମୁଁ ସେଇ ରଜନୀ
ପଶ୍ଚାତପର ସମୟ , ହୋଇଉଠିଛି ଅଥୟ
ତଥାପି ଅପେକ୍ଷାରେସମୟ , ସତ୍ୟର ହେବ ବିଜୟ
ଆଜି ମୁଁ ସେଇ ରଜନୀ
ପଡିଛି କନା , ଲିଭିଯାଇଛି କର୍ପୁର ସିନା
ଥରୁଟିଏ ପଛକୁ ଅନା , ପଦିଏ ଶବଦ କୁହନା
ଆଜି ମୁଁ ସେଇ ରଜନୀ
କାଳର କରାଳ ଗତିରେ , ବିଲୀନ ନିଶ୍ଚେ ହେବିରେ
ସ୍ମୃତି ଯେ ଅପୂର୍ଣ୍ଣ ଅଚିରେ , ମୁକ୍ତାକାଶର ଶୂନ୍ୟ ଶୂନ୍ୟତାରେ
ଆଜି ମୁଁ ସେଇ ରଜନୀ