STORYMIRROR

kamal kumar dash

Fantasy Others

3  

kamal kumar dash

Fantasy Others

ରାକ୍ଷସୀ କରୋନା

ରାକ୍ଷସୀ କରୋନା

1 min
119

ଚାରି ଆଡେ ଆଜି ମୃତ୍ୟୁର ତାଣ୍ଡବ 

  ରାକ୍ଷସୀ କରୋନା ନାଚ 

ମାଡି ଚାଲିଛି ସେ  ସାରା ପୃଥିବୀରେ 

  ଖାଇ ମାନବ ସମାଜ (1)


ଘରୁ ବାହାରିବା  ବାହାରେ ବୁଲିବା 

  ଏବେ ଛାଡିଦିଅ ସାଥି 

ବିନା କାରଣରେ  ମୃତ୍ୟୁର ସହିତ

  ହୁଅ ନାହିଁ ହାତ ହାତି (2)


ଜୀବନର ମାନେ  ଆଜି ବୁଝି ଯାଅ 

  ରାଖଣି କାଲିକି ବାକି 

ଭିଡ଼ ଠାରୁ ଦୂରେ ନିଜ ଘରେ ରୁହ 

  ବଡ଼ଙ୍କର କଥା ରଖି (3)


ଜୀବନକୁ ବାଜି  ଲଗାଅନି ସାଥି 

  ଖେଳନି ଜୀବନ ଦେଇ 

କହିବା ଆଗରୁ ବୁଝି ଯାଅ ସବୁ 

  ରୁହନି ଅବୁଝା ହୋଇ (4)


କାହା କଥା ଯଦି ବୁଝିବାର ଅଛି 

  ଫୋନ କରି ବୁଝି ଦିଅ 

ନହେଲେ ସାଙ୍ଗଙ୍କୁ ଭିଡିଓରେ ଡାକି  

  ମନ ଖୋଲି କଥା ହୁଅ (5)


ଘରେ ରହି ଆମେ  ନିଜେ ବଞ୍ଚିଯିବI 

  କାଟିବା କରୋନା ହାତ 

ହାତକୁ ଧୋଇବା ମାସ୍କକୁ ପିନ୍ଧିବା 

  ହାରିବ କରୋନା ଭୁତ (6)


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy